fbpx

ପିଏମ୍‍ କିଷାନ୍‍ ଯୋଜନାରେ ରାଜ୍ୟର ଯୋଗ୍ୟ ଚାଷୀଙ୍କୁ ସାମିଲ କରିବା ପାଇଁ ନିୟମ ପ୍ରସ୍ତୁତ କରୁଛନ୍ତି ସରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃଷକମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କୃଷକ ସଂଗଠନମାନଙ୍କ ସହିତ ଆଲୋଚନା କରି କେତେକ ନିଷ୍ପତ୍ତି ନେଇଛନ୍ତି । ପିଏମ୍‍-କିଷାନ୍‍ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିବା ପାଇଁ ସରକାର ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା ଏବଂ ନିୟମ ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୀତଳଭଣ୍ଡାର ପ୍ରତିଷ୍ଠା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୫୮ଟି ସବ୍‍ଡିଭିଜନ୍‍ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି ।

ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରୀ ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ । ଆଲୋଚନା ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.