fbpx

ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟ ପ୍ରି-ୱେଡିଙ୍ଗ ସଙ୍ଗୀତ: ଗୀତ ବୋଲିବାକୁ ୮୩ କୋଟି ଟଙ୍କା ନେବେ ଜଷ୍ଟିନ ବିବର

ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ରାଧିକା ମର୍ଚାଣ୍ଟଙ୍କର ବିବାହ ୧୨ ଜୁଲାଇରେ ହେବାକୁ ଯାଉଛି । ଏହାରି ମଧ୍ୟରେ ଦୁଇଜଣଙ୍କ ବିବାହ ସହ ଜଡିତ ପରମ୍ପରା ଅନୁଯାୟୀ ରୀତି-ନୀତି ଆରମ୍ଭ ହୋଇସାରିଲାଣି । ଏହି ଦୁଇଜଣଙ୍କ ପ୍ରି-ୱେଡିଙ୍ଗ ଫଙ୍ଗସନ ଶେଷ ହୋଇସାରିଛି । ଯେଉଁଥିରେ ବଲିଉଡ ଷ୍ଟାରଙ୍କ ବ୍ୟତୀତ ଇଣ୍ଟରନେସନାଲ ଷ୍ଟାର୍ସଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ପ୍ରି-ୱେଡିଙ୍ଗ ପଙ୍ଗସନ ପ୍ରଥମେ ଜାମନଗର ଏବଂ ପରେ ଇଟାଲୀରେ ଆୟୋଜନ କରାଯାଇଥିଲା । ତେବେ ବିବାହର ପୂର୍ବରୁ ସଙ୍ଗୀତ ରଶମ ହେବାକୁ ଯାଉଛି । ଯେଉଁଥିରେ ଇଣ୍ଟରନେସନାଲ ପପ ସିଙ୍ଗର ଜଷ୍ଟିନ ବିବର ପରଫର୍ମ କରିବେ ।

ଜଷ୍ଟିନ ବିବର ଗୋଟିଏ ଶୋ’ ରେ ଗୀତ ବୋଲିବା ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି । ତାଙ୍କର ଗୋଟିଏ ଶୋ ପାଖାପାଖି ୨.୫ ମିଲିୟନ ଡଲାରରୁ ଅଧିକ ୬ ମିଲିୟନ ଡଲାର (୨୦ କୋଟି ଟଙ୍କା) ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ସେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଫଙ୍ଗସନ ପାଇଁ ଅଧିକ ଚାର୍ଜ କରୁଛନ୍ତି । ସେ ଅନନ୍ତ-ରାଧିକାଙ୍କ ସଙ୍ଗୀତରେ ଗୀତ ଗାଇବାକୁ ୧୦ ମିଲିୟନ ଡଲାର ଚାର୍ଜ କରିଛନ୍ତି । ଯାହା ଭାରତୀୟ ଟଙ୍କାରେ ୮୩ କୋଟି ଟଙ୍କା ହୋଇଥାଏ । ସେ ଅନନ୍ତ-ରାଧିକାଙ୍କ ସଂଗୀତ ସେରିମନିରେ ଟପ ପରଫର୍ମର ହେବେ ।

ବର୍ତ୍ତମାନ ଏହି ପ୍ରଶ୍ନ ଉଠୁଛି ଯେ, ଅନନ୍ତ-ରାଧିକାଙ୍କ ସଂଗୀତ ସେରିମନୀ ପାଇଁ ଜଷ୍ଟିନ ବିବର ଅଧିକ ଫିସ ଚାର୍ଜ କରୁଛନ୍ତି କାହିଁକି? ତେବେ କହିବାକୁ ଗଲେ ଜଷ୍ଟିନ ବିବର ନିଜ ଫିସରେ ତାଙ୍କର ଯିବା ଆସିବା ଖର୍ଚ୍ଚ, ତାଙ୍କ ଇନଷ୍ଟ୍ରୁମେଣ୍ଟରେ ହେବାକୁ ଥିବା ଖର୍ଚ୍ଚ ଏବଂ କାର୍ଯ୍ୟକ୍ରମ ସମୟରେ ହେବାକୁ ଥିବା କିଛି ବିଶେଷ ପ୍ରକାର ଖର୍ଚ୍ଚକୁ ସାମିଲ କରିଛନ୍ତି ।

Get real time updates directly on you device, subscribe now.