fbpx

୨୦-୨୫ ହଜାର ଦରମା ପାଉଥିବା ଲୋକେ ହୋଇଯିବେ କୋଟିପତି, ଆପଣାନ୍ତୁ ଏହି ଫର୍ମୁଲା

ନୂଆଦିଲ୍ଲୀ: ଧନୀ ହେବାକୁ କିଏ ନ ଚାହେଁ, ହେଲେ ୨୦-୨୫ ହଜାର ଟଙ୍କା ଦରମା ପାଉଥିବା ଲୋକେ କୋଟି କୋଟି ଟଙ୍କା ସଞ୍ଚୟ କରିବା ସହଜ ନୁହେଁ । ହେଲେ ଯଦି ଆପଣ ବହୁ ସମୟ ପର୍ଯ୍ୟନ୍ତ ରେଗୁଲାର ଇନଭେଷ୍ଟମେଣ୍ଟ କରୁଛନ୍ତି ତେବେ ଆପଣ ୧ କୋଟି ଟଙ୍କା ସଞ୍ଚୟ କରିବାକୁ ପଡିବ । ସେଥିପାଇଁ ଆପଣଙ୍କୁ କେଉଁଠାରେ ଇନଭେଷ୍ଟମେଣ୍ଟ କରିବାକୁ ହେବ ଆସନ୍ତୁ ଜାଣିବା..

ଯେତେବେଳେ ବି ପର୍ସନାଲ ଫାଇନାନ୍ସ ଅର୍ଥାତ ଟଙ୍କା କଥା ଆସେ ସେତେବେଳେ ସର୍ବଦା ଗୋଲ ସେଟ କରିବାର ପରାମର୍ଶ ଦିଆଯାଇଥାଏ । ଏହି ମାମଲାରେ ଗୋଲ କ୍ଲିୟର ହେଉଛି ଯେ, ଆମକୁ ଏକ କୋଟି ଟଙ୍କା ଆବଶ୍ୟକ । ତେବେ ୧ କୋଟିର ଗୋଲକୁ ପୂରଣ କରିବା ପାଇଁ ଉପଯୁକ୍ତ ପ୍ରଡକ୍ଟ ଚୟନ କରିବାକୁ ପଡିବ । ଏକ କୋଟି ଭଳି ବଡ ଏମାଉଣ୍ଟ ଏକାଠି କରିବା ପାଇଁ ଇକ୍ୱିଟୀ ମ୍ୟୁଚୁଆଲ ଫଣ୍ଡରେ ଏସଆଇପି କରିବା ଭଲ ରାସ୍ତା । ସିଷ୍ଟମାଟିକ ଇନଭେଷ୍ଟମେଣ୍ଟ ପ୍ଲାନ ଜରିଆରେ ଆପଣ ଏକ ଫିକ୍ସ ଏମାଉଁଣ୍ଟ ରେଗୁଲାର ଭଳି ପ୍ରତି ମାସରେ କୌଣସି ମ୍ୟୁଚୁଆଲ ଫଣ୍ଡ ସ୍କିମରେ ଲଗାଇପାରିବେ । ଏସଆଇପିର ମୂଲ୍ୟ କମ ହେଉ, ହେଲେ କମ୍ପାଉଡିଙ୍ଗର ଶକ୍ତି ଏବଂ ରୁପି-କାଷ୍ଟ ହାରାହାରିରୁ ଆପଣ ବହୁ ସମୟ ପର୍ଯ୍ୟନ୍ତ ଅଥିକ ଅର୍ଥ ଯୋଡିପାରିବେ ।

ଆପଣଙ୍କ ଦରମା ୨୦ ହଜାର ଟଙ୍କା ଅଟେ, ଏଥିରେ ପ୍ରକ୍ଟିକାଲ ଭାବେ ଏହାର ବଡ଼ ଅଂଶ ଅର୍ଥାତ ୧୦ ବା ୧୫ ହଜାର ଏସଆଇପିରେ ପକାଇବା ସମ୍ବବ ନୁହେଁ, ହେଲେ ଦରମାର ୨୦-୨୫ ପ୍ରତିଶତ ଅର୍ଥାତ ୪ରୁ ୫ ହଜାର ଟଙ୍କା ଆପଣ ଆରମରେ ବାହାର କରିପାରିବେ । ଆପଣ ଛୋଟ ନିବେଶ କରୁଛନ୍ତି ସେଥିପାଇଁ ଗୋଲ ହାସଲ କରିବାରେ ଅଧିକ ସମୟ ଲାଗିବ । ଯଦି ଆପଣ ୫ ହଜାରର ଏସଆଇପି କୌଣସି ଇକ୍ୱିଟୀ ମ୍ୟୁଚୁଆଲ ଫଣ୍ଡରେ କରୁଛନ୍ତି, ଯେଉଁଠାରେ ଆପଣଙ୍କୁ ବାର୍ଷିକ ୧୨ ପ୍ରତିଶତର ରିଟର୍ଣ୍ଣ ମିଳିବ । ତେବେ ଆପଣଙ୍କୁ ଏକ କୋଟି ଟଙ୍କା ଯୋଡିବାରେ ୨୬ ବର୍ଷ ଲାଗିବ । ଯଦି ଆପଣ ୨୪ ବର୍ଷରେ ୧ କୋଟି ଟଙ୍କା ଯୋଡିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦରମାର ୩୦ ପ୍ରତିଶତ ଅର୍ଥାତ ୬୦୦୦ ଟଙ୍କାର ଏସଆଇପି କରିବାକୁ ପଡିବ ।

Get real time updates directly on you device, subscribe now.