ଭିଭିଆଇପିଙ୍କ ଖାଦ୍ୟର ଯାଞ୍ଚ କିପରି ହୋଇଥାଏ ? କ’ଣ ଏବେ ବି ରହିଛି ରାଜପରିବାର ପରମ୍ପରା ?

ନୂଆଦିଲ୍ଲୀ: ପ୍ରାଚୀନ କାଳରେ ରାଜପରିବାରରେ ସଦସ୍ୟଙ୍କୁ ବିଶେଷ କରି ରାଜାଙ୍କୁ ଭୋଜନ ପରସିବା ପୂର୍ବରୁ ଏହାକୁ ଯାଞ୍ଚ୍ କରିବା ପାଇଁ ଫୁଡ୍ ଟେଷ୍ଟରଙ୍କୁ ନିଯୁକ୍ତ କରାଯାଉଥିଲା । ସେମାନଙ୍କ କାମ ଥିଲା ଖାଦ୍ୟରେ କୌଣସି ପ୍ରକାର ବିଷକୁ ଚିହ୍ନଟ କରିବା । ରାଜପରିବାରର ସୁରକ୍ଷା ଏମାନଙ୍କ ପ୍ରମୁଖ ଦାୟିତ୍ୱ ଥିଲା । ବର୍ତ୍ତମାନ ଭିିଭିଆଇପିଙ୍କ ସୁରକ୍ଷା ପ୍ରୋଟୋକୋଲ ଅନୁଯାୟୀ ସେମାନେ ଭୋଜନ ଗ୍ରହଣ କରିବା ପୂର୍ବରୁ ଏହା ଫୁଡ୍ ଟେଷ୍ଟରଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ ।

ରୋମାନ୍ ସାମ୍ରାଜ୍ୟ କାଳରୁ ଫୁଡ ଟେଷ୍ଟରଙ୍କ ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଉଛି । ଆର୍ସେନିକ ଟ୍ରାଏଅକ୍ସାଇଡ୍‌, ସାଇନାଇଡ୍ ଏବଂ ଏଟ୍ରୋପାଇନ୍ ଭଳି ବିଷ ଖାଦ୍ୟରେ ମିଶାଯାଇଥାଏ ଯାହା ଭିନ୍ନ ଭିନ୍ନ ପ୍ରକ୍ରିୟା ଦ୍ୱାରା କାର୍ଯ୍ୟ କରିଥାଏ । କିନ୍ତୁ ଏହି ସବୁଥିରେ ଗୋଟିଏ ଲକ୍ଷଣ ସମାନ ରହିଛି । ବ୍ୟକ୍ତି ଜଣଙ୍କ ବିଷାକ୍ତ ଖାଦ୍ୟ ଖାଇବା ପରେ ବାନ୍ତି କରିଥାନ୍ତି । ଅନେକାଂଶରେ କିଛି ବିଷ ଶରୀରରେ ପ୍ରବେଶ କରିବାର ୨୪ ଘଣ୍ଟା ପରେ ପ୍ରଭାବ ଦେଖାଇଥାଏ । ସେହିଭଳି ଆର୍ସେନିକ ଖାଇବା ପରେ ଲକ୍ଷଣ ଦେଖାଯିବା ପାଇଁ ୨ ଘଣ୍ଟାରୁ ୪ ଦିନ ସମୟ ଲାଗିଥାଏ । ବେଳେ ବେଳେ ସ୍ଲୋ ପଇଜନ୍ ପ୍ରଭାବରେ ଧିରେ ଧିରେ ଶିକାରକୁ ଟାର୍ଗେଟ କରାଯାଇଥାଏ । କିଛି ବ୍ୟକ୍ତିଙ୍କୁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଭଳି କ୍ଷେତ୍ରରେ ବ୍ୟକ୍ତିକୁ ଜଣାପଡ଼ିନଥାଏ କି ସେମାନେ ବିଷାକ୍ତ ଭୋଜନ ଗ୍ରହଣ କରୁଛନ୍ତି । ଏଭଳି କ୍ଷେତ୍ରରେ ଫୁଡ୍ ଟେଷ୍ଟର ମଧ୍ୟ ନେତାଙ୍କ ବଞ୍ଚିବାର ଗ୍ୟରେଣ୍ଟି ଦେଇପାରିନଥାନ୍ତି । ରିପୋର୍ଟରୁ ପ୍ରକାଶ ଏବେବି ଅନେକ ଦେଶର ଲିଡର ଗୋପନ ଭାବେ ଫୁଡ୍ ଟେଷ୍ଟର ନିଯୁକ୍ତ କରିଥାନ୍ତି ।

ବର୍ତ୍ତମାନ ଫୁଡ୍ ଟେଷ୍ଟି ପ୍ରୋଫେସନରେ ପରିବର୍ତ୍ତନ ଦେଖାଦେଇଛି । ଏବେ ଖାଦ୍ୟ ପରଖିବା ପାଇଁ ପ୍ରୋଫେସନାଲ ଫୁଡ୍ ଟେଷ୍ଟରଙ୍କୁ ନିଯୁକ୍ତ କରାଯାଉଛି । ସେମାନେ ଉଚ୍ଚ ଶିକ୍ଷିତ ହେବା ସହ ସମ୍ପୂର୍ଣ୍ଣ ତାଲିମ ଗ୍ରହଣ କରିଥାନ୍ତି । କେଉଁଠି ନିଯୁକ୍ତ ହେବା ପୂର୍ବରୁ ସେମାନଙ୍କ ସ୍କ୍ରିନିଂ ହୋଇଥାଏ । ଏହି ସ୍କ୍ରିନିଂ ସମୟରେ ବିନା ଖାଦ୍ୟ ଦେଖି ଏବଂ ସୁଙ୍ଘି ସେମାନଙ୍କୁ କହିବାକୁ ପଡ଼ିଥାଏ କି ଖାଦ୍ୟରେ କ’ଣ ଓ କେତେ ମାତ୍ରାରେ ରହିଛି । ଏହା ପରେ ପାଲେଟ୍ ତାମିଲ ଦିଆଯାଇଥାଏ ଯେଉଁଥିରେ ସେମାନେ ବିଭିନ୍ନ ପ୍ରକାର ସ୍ୱାଦକୁ ଅନୁଭବ କରିବାରେ ସକ୍ଷମ ହୋଇଥାନ୍ତି ।