fbpx

ସୋନାକ୍ଷୀ-ଜହୀରଙ୍କୁ ଟ୍ରୋଲ କରୁଥିବା ଟ୍ରୋଲର୍ସଙ୍କୁ ଚେତାବନୀ ଦେଲେ ଶତ୍ରୁଘ୍ନ ସିହ୍ନା, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ସୋନାକ୍ଷୀ ସିହ୍ନା ୨୩ ଜୁନରେ ଜହୀର ଇକବାଲଙ୍କ ସଙ୍ଗେ ବିବାହ କରିଥିଲେ । ତେବେ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ବିବାହରେ ଅଭିନେତ୍ରୀଙ୍କ ଭାଇ ଲୁଭ ସିହ୍ନାଙ୍କ ଅନୁପସ୍ଥିତି ଟ୍ରୋଲ ହେବାର କାରଣ ସାଜିଛି । ବର୍ତ୍ତମାନ ଶତ୍ରୁଘ୍ନ ସିହ୍ନା ଏହା ଉପରେ ରିଆକ୍ଟ କରି ଚେତାବନୀ ଦେଇଛନ୍ତି ।

ଶତ୍ରୁଘ୍ନ ସିହ୍ନା ଏକ ଇଣ୍ଟରଭ୍ୟୁରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଝିଅଙ୍କ ବିବାହକୁ ନେଇ ଲୋକେ ତାଙ୍କ ଫ୍ୟାମିଲି ବିରୋଧରେ ଘୃଣ୍ୟ ଅଭିଯାନ ଆରମ୍ଭ କରିଛନ୍ତି । ବରିଷ୍ଠ କଳାକାର ଏହା ମଧ୍ୟ କହିଛନ୍ତି ଯେ, ଚିନ୍ତାର ବିଷୟ କିଛି ନୁହେଁ । ଆମେ ଏକ ସାଧାରଣ ପରିବାର ଭଳି ଥିଲୁ ଯେଉଁଠାରେ ବିବାହ ହେଉଥିଲା, ଆମେ ଏତେ ଟାର୍ଗେଟରେ କାହିଁକି ଆସିଲୁ ତାହା ଆପଣ ହିଁ କହିପାରିବେ । ଆମେ ତା ପାଇଁ ଦାବି କରିନଥିଲୁ । ଏହା ପ୍ରଥମ ଥର ନୁହେଁ, ଏଭଳି ବିବାହ ହେଉଛି । ଆମ ପରିବାରକୁ ଅଧିକ ଟାର୍ଗେଟ କରାଯାଉଛି । ହେଲେ ସ୍ପଷ୍ଟ କରିଦେଉଛି ଯେ, ଯଦି ମୋ ପରିବାର ପ୍ରତି ବିପଦ ଆସେ ତେବେ ମୁଁ ଏହା କ୍ଷମା କରିବି ନାହିଁ ।

 

Get real time updates directly on you device, subscribe now.