fbpx

Relationshipରେ କାହିଁକି ବୃଦ୍ଧି ପାଉଛି Micro Cheating ? ଏହି ସଂକେତରୁ ଜାଣନ୍ତୁ ପାର୍ଟନର ଆପଣଙ୍କୁ ଧୋକା ଦେଉଛନ୍ତି…

ଓଡ଼ିଶା ଭାସ୍କର: ସମ୍ପର୍କର ଡୋର ଅତି ସୂକ୍ଷ୍ମ । ସମ୍ପର୍କର ଆଧାର ହେଉଛି ବିଶ୍ୱାସ । କିନ୍ତୁ ଆଜିକାଲି ରିଲେସନସିପରେ ଧୋକା କାରଣରୁ ବ୍ରେକଅପ୍ ବୃଦ୍ଧି ପାଇବାରେ ଲାଗିଛି । ସାମ୍ପ୍ରତିକ ପରିସ୍ଥିତିରେ ସମ୍ପର୍କକୁ ଦୃଢ଼ ଏବଂ ଦୀର୍ଘସ୍ଥାୟୀ କରିବା ଏକ ଆହ୍ୱାନ ପାଲଟିଯାଇଛି । ଟିକେ ଟିକେ କଥାରେ ପାର୍ଟନର ଜଣଙ୍କ ଅନ୍ୟ ଉପରେ ରାଗି ଯାଉଛନ୍ତି, ସନ୍ଦେହ କରୁଛନ୍ତି ବା ଆଡଜଷ୍ଟ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି । ପରିଣାମ ସ୍ୱରୂପ ସେମାନଙ୍କ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ସେମାନେ ଜାଣ- ଅଜାଣତରେ ଏପରି ଭୁଲ କରିଥାନ୍ତି ଯେଉଁଥିପାଇଁ ସେମାନଙ୍କୁ ପରେ ପ୍ରାୟଶ୍ଚିତ କରିବାକୁ ପଡ଼ିଥାଏ । ଆଜିକାଲି ରିଲେସନସିପରେ ଏକ term ବ୍ୟବହାର ହେଉଛି ଯାହାକୁ ମାଇକ୍ରୋ ଚିଟିଂ(micro cheating) ବୋଲି କୁହାଯାଏ । କ’ଣ ଏହି ମାଇକ୍ରୋ ଚିଟିଂ ? ଏହା ସମ୍ପର୍କକୁ କିପରି ନଷ୍ଟ କରିଥାଏ ଆସନ୍ତୁ ଜାଣିବା ।

Micro Cheating କ’ଣ ?

ମାଇକ୍ରୋ ଚିଟିଂରେ ପାର୍ଟନର ଅପଣଙ୍କ ସହ କଥାବାର୍ତ୍ତା ହେବା ସହ ଅନ୍ୟଜଣଙ୍କ ସହ ନକଟତର ହେବାକୁ ଚେଷ୍ଟା କରିଥାନ୍ତି । ସେମାନଙ୍କ ସହ ଚାଟିଂ କରିବା, ଅଧିକ ସମୟ କଥାବାର୍ତ୍ତା କରିବା, ସମୟ ଦେବା ଇତ୍ୟାଦି । ଅଧିକାଂଶ ସମୟ ଘର ବାହାରେ ରହିବାକୁ ଚେଷ୍ଟା କରିଥାନ୍ତି । ଏପରିକି ବ୍ୟକ୍ତିଗତ ଜୀବନର ଅନେକ କଥା ସେମାନଙ୍କ ସହ ଶେୟାର କରିଥାନ୍ତି ।

କେମିତି ଜାଣିବେ ଆପଣଙ୍କ ପାର୍ଟନର Micro Cheating କରୁଛନ୍ତି ବୋଲି ?

୧. ବ୍ୟସ୍ତ ରହିବା: ପାର୍ଟନର ସବୁବେଳେ ଫୋନରେ ବ୍ୟସ୍ତ ରହିଥାନ୍ତି । ଆପଣଙ୍କୁ ଅଫିସ କିମ୍ବା ସାଙ୍ଗ ସାଥିଙ୍କ ଗହଣରେ ସାମିଲ କରିବାକୁ କୁଣ୍ଠାବୋଧ କରିବା । ଧିରେ ଧିରେ ପାର୍ଟନରଙ୍କ ସହ ଇମୋସନାଲ ଆଟାଚମେଣ୍ଟ ହ୍ରାସ ପାଇଥାଏ । ଏହା ଦ୍ୱାରା ପାର୍ଟନର ଆପଣଙ୍କ ସହ କ୍ୟୁାଲିଟି ଟାଇମ୍ ବିତାଇବାକୁ ପଛଘୁଞ୍ଚା ଦେଇଥାନ୍ତି ।

୨. ଛୋଟ ଛୋଟ କଥାରେ ଝଗଡ଼ା କରିବା: ପାର୍ଟନର ପ୍ରତି କଥାକୁ ନେଇ ଆପଣଙ୍କ ସହ ଝଗଡ଼ା କରିଥାନ୍ତି । ସେ ଆପଣଙ୍କ ଖୁସିକୁ ଗୁରୁତ୍ୱ ଦେବା ବନ୍ଦ କରିଦିଅନ୍ତି ।

୩. ଡେଟିଂ ଆପ୍‌: ଆପଣଙ୍କ ପାର୍ଟନର ରିଲେସନସିପରେ ରହି ମଧ୍ୟ ଡେଟିଂ ଆପରେ ତାଙ୍କ ପ୍ରୋଫାଇଲ ଡିଲିଟ୍ କରିନଥିଲେ ସାବଧାନ ହୋଇଯାନ୍ତୁ । ଏହାର ଅର୍ଥ ଏହି ସମ୍ପର୍କରେ ଆପଣଙ୍କ ପାର୍ଟନର ବୋରିଂ ଅନୁଭବ କରୁଛନ୍ତି । ସେ ଆପଣଙ୍କ ପ୍ରତି କମିଟେଡ୍ ନୁହଁନ୍ତି ।

୪. ଏକ୍ସ ପାର୍ଟନରଙ୍କୁ ଷ୍ଟକ୍ କରିବା: ଅଧିକାଂଶ ବ୍ୟକ୍ତି ନୂତନ ସମ୍ପର୍କରେ ରହିବା ପରେ ମଧ୍ୟ ନିଜ ଏକ୍ସ ପାର୍ଟନରଙ୍କୁ ଭୁଲି ପାରିନଥାନ୍ତି । ସେମାନେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କୁ ଷ୍ଟକ୍ କରିଥାନ୍ତି । ଏହା ଆପଣଙ୍କ ନୂତନ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ ।

Get real time updates directly on you device, subscribe now.