fbpx

ମୋହନ ଯାଦବଙ୍କ କ୍ୟାବିନେଟ୍ ବିସ୍ତାର, ମନ୍ତ୍ରୀ ପଦର ଶପଥ ନେଲେ ରାମନିୱାସ ରାୱତ

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କ କ୍ୟାବିନେଟ୍ ବିସ୍ତାର କରିଛନ୍ତି । କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାମନିୱାସ ରାୱତ କ୍ୟାବିନେଟ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ଶିଓପୁର ଜିଲ୍ଲାର ବିଜୟପୁର ବିଧାନସଭା ଆସନର ବିଧାୟକ ଅଛନ୍ତି ଏବଂ ତାଙ୍କୁ ଓବିସି ସମ୍ପ୍ରଦାୟର ବଡ଼ ନେତା ଭାବେ ବିବେଚିତ କରାଯାଇଛି । ଆଜି ରାଜଭବନରେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁ ଭାଇ ପଟେଲ ତାଙ୍କୁ ରାୱତଙ୍କୁ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇଛନ୍ତି ।

ରାମନିୱାସ ରାୱତ ବିଜୟପୁର ଆସନରୁ ୬ ଥର ବିଧାୟକ ହୋଇଛନ୍ତି । ପୂର୍ବରୁ ସେ ଦିଗବିଜୟ ସରକାରଙ୍କ ସମୟରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ବିପକ୍ଷରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ବରିଷ୍ଠ ନେତାଙ୍କ ମଧ୍ୟରେ ରାମନିୱାସ ଅନ୍ୟତମ । କଂଗ୍ରେସ ହାଇକମାଣ୍ଡ୍ ତାଙ୍କ ପ୍ରତି ଅଣଦେଖା କରୁଥିଲେ । ବିଧାନସଭାରେ ତାଙ୍କୁ ନେତା ପ୍ରତିପକ୍ଷ ଭାବରେ ମଧ୍ୟ ଚୟନ କରାଯାଇନଥିଲା । ଏହା ରାମନିୱାସଙ୍କ ଅସନ୍ତୁଷ୍ଟ ହେବାର ପ୍ରମୁଖ କାରଣ ଥିଲା । ରାଜ୍ୟରେ କମଲନାଥ ସରକାରଙ୍କ ସମୟରେ ମଧ୍ୟ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ କରାଯାଇନଥଲା । ଚଳିତ ବର୍ଷ ଏପ୍ରିଲ ୩୦ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପ୍ରଦେଶ ଅଧ୍ୟକ୍ଷ ଭିଡି ଶର୍ମା ଏବଂ ଡା. ନରୋତ୍ତମ ମିଶ୍ରଙ୍କ ଉପସ୍ଥିତିରେ ରାୱତ ବିଜେପିରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.