fbpx

ଆସୁଛି ଲଘୁଚାପ ! ଜାଣନ୍ତୁ କେବେ ଓ ଆଜିପାଇଁ କେଉଁ ଜିଲ୍ଲାକୁ ଦିଆଯାଇଛି ସତର୍କ ସୂଚନା

ଭୁବନେଶ୍ୱର,: ସୋମବାର କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅନ୍ୟ ଜିଲ୍ଲାଗୁଡିକରେ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ସେହିପରି ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା ଉଭାନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ତେବେ ୧୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ ବୋଲି କୃଷି ପାଣିପାଗବିତ୍ ଡ.ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସୋମବାର ଭୁବନେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପୁରୀରେ ପାଗ ମେଘମୁକ୍ତ ରହିବ । ଉପରବେଳା ହାଲୁକାରରୁ ସ୍ୱଳ୍ପ ବର୍ଷା ହୋଇପାରେ । ୮ ଓ ୯ ତାରିଖରେ ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ରେ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୫୩ ମିଲିମିଟର ବର୍ଷା ହୋଇଛି । ସେହିପରି କଟକରେ ୪୬ ମିଲିମିଟର ବର୍ଷା ହୋଇଥିବା ବେଳେ ଯାଜପୁରରେ ୨୦ ମିମି, ଫୁଲବାଣୀରେ ୧୭ମିମି, ଗୋପାଳପୁରରେ ୧୬ ମିମି, ଖୋର୍ଦ୍ଧା ଓ ଦାରିଙ୍ଗବାଡ଼ିରେ ୧୨ ମିମି ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Get real time updates directly on you device, subscribe now.