fbpx

ପଞ୍ଚକୁଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଳଟିଲା ସ୍କୁଲ ବସ, ୪୦ରୁ ଉର୍ଦ୍ଧ୍ୱ ଆହତ

ଚଣ୍ଡିଗଡ଼: ସୋମବାର ହରିୟାଣାର ପଞ୍ଚକୁଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏକ ସ୍କୁଲ ବସ୍ ଓଲଟିଯିବା କାରଣରୁ ୪୦ରୁ ଉର୍ଦ୍ଧ୍ୱ ସ୍କୁଲ ପିଲାଙ୍କ ଆହତ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ଜଣେ ମହିଳା ବି ଗୁରୁତର ଅହତ ହୋଇଥିବା ଜଣାପଡ଼ିଛି । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ନିକଟସ୍ଥ ସେକ୍ଟର ୬ ନାଗରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚଣ୍ଡିଗଡ଼ ସ୍ଥିତ ପିଜିଆଇ ରେଫର କରାଯାଇଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ପିଞ୍ଜୋର ନୋଲଟା ଗାଁ ନିକଟସ୍ଥ ଏକ ହରିୟାଣା ରୋଡୱେଜ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଯାଇଥିଲା । ଫଳରେ ବସରେ ଥିବା ୪୦ରୁ ଉର୍ଦ୍ଧ୍ୱ ସ୍କୁଲ ପିଲାଙ୍କ ସମେତ ଜଣେ ମହିଳା ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୌନୀ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉକ୍ତ ବସ ଡ୍ରାଇଭର ଯଶପାଲ ଏବଂ କଣ୍ଡକ୍ଟରକୁ ନିଳମ୍ବିତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.