fbpx

ଖୁବ ଶୀଘ୍ର OTTରେ Kalki 2898 AD, ଜାଣନ୍ତୁ କେବେ ହେବ ରିଲିଜ୍

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରିଛି ନିକଟରେ ରିଲିଜ୍ ହୋଇଥିବା 2898 AD । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଫିଲ୍ମକୁ ନେଇ କ୍ରେଜ୍ ଦେଖିବାକୁ ମିଳିଛି । ରିଲିଜ୍ ହେବାର ମାତ୍ର ୧୧ ଦିନରେ ଫିଲ୍ମ ୫୦୦ କୋଟିରୁ ଉର୍ଦ୍ଧ୍ୱ କଲେକ୍ସନ୍ କରିଛି । ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି । ଫଳରେ ଥିଏଟର ସବୁବେଳେ ହାଉସଫୁଲ୍ ରହୁଛି । ବର୍ତ୍ତମାନ ଥିଏଟରରେ ଏହି ଫିଲ୍ମ ଏତେ ଧମାଲ କରୁଛି ତ ଭାବନ୍ତୁ OTTରେ ରିଲିଜ୍ ହେଲେ କ’ଣ ହେବ । ଏନେଇ ଫିଲ୍ମ ନିର୍ମାତାଙ୍କ ତରଫରୁ ଏକ ଅପଡେଟ୍ ଆସିଛି ।

ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ 2898 AD ଆକ୍ସନ୍ ଡ୍ରାମା ଏବଂ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ । ଜୁନ୍ ୨୭ରେ ଏହା ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଏହି ଫିଲ୍ମ ତେଲୁଗୁ, ତାମିଲ, ମଲାୟଲମ ଏବଂ କନ୍ନଡ଼ ଭାଷାରେ ଇଂରାଜୀ ସବ୍ ଟାଇଟଲ ସହ ଆମାଜନ୍ ପ୍ରାଇମରେ ଷ୍ଟ୍ରିମ୍ ହେବ । ସେହିପରି ନେଟଫ୍ଲିକ୍ସରେ ଏହି ଫିଲ୍ମର ହିନ୍ଦୀ ଭର୍ସନ ଇଂରାଜୀ ସବ୍ ଟାଇଟଲ ସହ ଷ୍ଟ୍ରିମ୍ ହେବ । ତେବେ ଜୁଲାଇ ଶେଷ ସପ୍ତାହରେ Kalki 2898 AD ଓଟିଟିରେ ରିଲିଜ୍ ହେବା ନେଇ ଯୋଜନା ଥିଲା । ବର୍ତ୍ତମାନ ଏହା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ରିଲିଜ୍ ହୋଇପାରେ ବୋଲି ଫିଲ୍ମ ନିର୍ମାତା ସୂଚନା ଦେଇଛନ୍ତି । କହିରଖୁଛୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଫିଲ୍ମ ଓଟିଟିରେ ରିଲିଜ୍ ହେବା ପରେ ୧୦୦୦ କୋଟି ଟଙ୍କା କଲେକ୍ସନ କରିବା ନେଇ ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କ ସମେତ ଅନ୍ୟ ବିଶିଷ୍ଟ କଳାକାର ସାମିଲ ଅଛନ୍ତି ।

 

View this post on Instagram

 

A post shared by Vyjayanthi Movies (@vyjayanthimovies)

 

Get real time updates directly on you device, subscribe now.