fbpx

ଘରେ କେତେ ଟଙ୍କା ନଗଦ ରଖିପାରିବେ ? ଜାଣନ୍ତୁ କ’ଣ କହୁଛି IT ନିୟମ

ନୂଆଦିଲ୍ଲୀ: କୋଭିଡ୍ ପରେ ଡିଜିଟାଲ ଟ୍ରାନଜେକ୍ସନରେ ଏକ ପ୍ରକାର ବୃଦ୍ଧି ଦେଖିବାକୁ ମିଳିଛି । ତଥାପି କିଛି ବ୍ୟକ୍ତି ନଗଦ ଟ୍ରାନଜେକ୍ସନ କରିବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ସେମାନେ ପ୍ରାୟ ମାସ ପ୍ରାରମ୍ଭରେ ଟଙ୍କା ଉଠାଇ ଘର ଲକରରେ ସୁରକ୍ଷିତ ରଖିଥାନ୍ତି । କିନ୍ତୁ ଏବେ ବି ଅଧିକାଂଶ ବ୍ୟକ୍ତି ଜାଣି ନଥିବେ ଯେ ଘରେ ନଗଦ ରଖିବା ନେଇ କଣ ରହିଛି ଆୟକର ନିୟମ ?

ଘରେ କେତେ ଟଙ୍କା ନଗଦ ରଖିପାରିବେ ?

ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଆସେ କି ଘରେ ଅଧିକ ନଗଦ ରଖିବା ଦ୍ୱାରା ଆୟକର ବିଭାଗ ଦ୍ୱାରା ନୋଟିସ୍ ଜାରି ହୋଇପାରେ । ଏହା ସହ ରେଡ୍ ହେବାର ସମ୍ଭାବନା ମଧ୍ୟ ରହିଛି । କହିରଖୁଛୁ ଆପଣ ଘରେ ନଗଦ ରଖିବାର କୌଣସି ଲିମିଟ୍ ନାହିଁ କି ଏଥିରେ ଆୟକର ବିଭାଗ ତରଫରୁ କୌଣସି ପ୍ରତିବନ୍ଧକ ନାହିଁ । ଯଦି କେବେ ଆୟକର ବିଭାଗ ଘରେ ଯାଞ୍ଚ ପାଇଁ ଆସନ୍ତି ତେବେ ସେମାନଙ୍କୁ ଘରେ ଥିବା ନଗଦର ଉତ୍ସ ବିଷୟରେ ସୂଚିତ କରିବାକୁ ପଡ଼ିବ । ଏନେଇ ତତ୍ ସମ୍ପର୍କିତ କିଛି ବୈଧ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ।

ଅପରପକ୍ଷରେ ଆପଣଙ୍କ ପାଖରେ ଯଦି ଘରେ ଥିବା ନଗଦ ଟଙ୍କା ବିଷୟରେ ଉପଯୁକ୍ତ ହିସାବ ନାହିଁ ତେବେ ଯାଞ୍ଚ ଏଜେନ୍ସି ଆପଣଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିପାରେ । ଆପଣଙ୍କ ଠାରୁ Undisclosed Cash ଜବତ ହେଲେ ମୋଟ୍ ଅର୍ଥ ରାଶିରୁ ୧୩୭% ପର୍ଯ୍ୟନ୍ତ ଟ୍ୟାକ୍ସ ଆଦାୟ ହୋଇପାରେ । ଆୟକର ବିଭାଗକୁ କଳାଧନ ବିଷୟରେ ସନ୍ଦେହ ହେଲେ ତେବେ ଆଇଟି ଧାରା ୧୩୨ ଅନୁଯାୟୀ ଯାଞ୍ଚ ଏଜେନ୍ସି ଆପଣଙ୍କ ଘରେ ଚଢ଼ାଉ କରିପାରିବେ ।

ନଗଦ ସହ ଜଡ଼ିତ କିଛି ବିଶେଷ କଥା ଧ୍ୟାନ ଦିଅନ୍ତୁ

ବ୍ୟାଙ୍କ ଆକାଉଣ୍ଟରୁ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଉଠାଣ ପାଇଁ ପାନ୍ କାର୍ଡ଼ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ସପିଂ ସମୟରେ ନଗଦ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ପେମେଣ୍ଟ କରିପାରିବେ ନାହିଁ । ଏଥିପାଇଁ ପାନ୍ କାର୍ଡ଼ ଏବଂ ଆଧାର କାର୍ଡ଼ର ନକଲ ଦେଖାଇବାକୁ ପଡ଼ିପାରେ । ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଡିପୋଜିଟ୍ କରିବା ପାଇଁ ପାନ୍ କାର୍ଡ଼ ଏବଂ ଆଧାର କାର୍ଡ଼ ଆବଶ୍ୟକ ହୋଇଥାଏ ।

Get real time updates directly on you device, subscribe now.