fbpx

ଆଜି ଝାଡ଼ଖଣ୍ଡରେ ହେମନ୍ତ ସରକାରଙ୍କ ଫ୍ଲୋର ଟେଷ୍ଟ; ହୋଇପାରେ କ୍ୟାବିନଟ୍ ବିସ୍ତାର, ଜାଣନ୍ତୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା

ରାଞ୍ଚି: ଆଜି ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ ହେବ ଫ୍ଲୋର ଟେଷ୍ଟ । ଫ୍ଲୋର ଟେଷ୍ଟ ପରେ ହେମନ୍ତଙ୍କ କ୍ୟାବିନେଟ୍ ବିସ୍ତାର ହୋଇପାରେ । ଏହା ପରେ ରାଜଭବନରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥର ମନ୍ତ୍ରୀମଣ୍ଡଳରେ ଅନେକ ପରିବର୍ତ୍ତନ ହୋଇପାରେ । ଏହା ସହ ହେମନ୍ତଙ୍କ ମନ୍ତ୍ରୀମଣ୍ଡଳରେ ସିଏମଙ୍କ ବ୍ୟତୀତ ୬-୪-୧ ଫର୍ମୁଲାରେ କ୍ୟାବିନେଟ୍ ବିସ୍ତାର ହେବା ନେଇ ଚର୍ଚ୍ଚା ହେଉଛି ।

ସୂତ୍ରରୁ ପ୍ରକାଶ JMM କୋଟାରେ ବେବି ଦେବୀ, ହଫିଜୁଲ ହସନ, ଦୀପକ ବିରୁଭା, ମିଥିଲେଶ ଠାକୁର, ବସନ୍ତ ସୋରେନ ଏବଂ ବୈଜନାଥ ରାମଙ୍କ ନାଁ ମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ରହିଛି । ସେହିପରି କଂଗ୍ରେସ କୋଟାରୁ ବନ୍ନା ଗୁପ୍ତା, ରାମେଶ୍ୱର ଉରାଓଁ, ବାଦଲ ପତ୍ରଲେଖ, ଇରାଫାନ ଅନସାରୀ, ଦୀପିକା ପାଣ୍ଡେ ସିଂହ, ରାମଚନ୍ଦ୍ର ସିଂହ ଚେରୋ ହେମନ୍ତ ସେରେନଙ୍କ କ୍ୟାବିନେଟରେ ସାମିଲ ହେବାର ସମ୍ଭାବନା ରହିଛି । ଆରଜେଡିର ସତ୍ୟାନନ୍ଦ ଭୋକ୍ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଅପରପକ୍ଷରେ ଆସ୍ଥା ଭୋଟ୍ ସମୟରେ ସଦସ୍ୟଙ୍କ ସ୍ଥିତି କିଛି ଏପରି ରହିଛି:

ଇଣ୍ଡିଆ- ୪୬: JMM-୨୭(ନିଷ୍କାସିତ ଲୋବିନ୍ ହେମ୍ବ୍ରମ ଏବଂ ନିଲମ୍ବିତ ଚମରା ଲିଣ୍ଡା ବି ସାମିଲ ଅଛନ୍ତି), କଂଗ୍ରେସ-୧୭, ଆରଜେଡି-୧, ସିପିଆଇ ଏମଏଲ୍‌-୧ ।

NDA-୨୮: ବିଜେପି-୨୪, AJSU-୩, ଏନସିପି(ଏପି)-୧ ।

ସ୍ୱାଧୀନ-୨: ମନୋନିତ(୧) ସଦସ୍ୟ ଗ୍ଲେନ୍ ଜୋସେଫ୍ ଗାଲଷ୍ଟନ୍ ।

ଉପଲବ୍ଧ ମୋଟ୍ ସଦସ୍ୟଙ୍କ ସଂଖ୍ୟା ୭୭ ରହିଥିବା ବେଳେ ଖାଲି ପଡ଼ିଥିବା ଆସନର ସଂଖ୍ୟା ୫ ରହିଛି ।

Get real time updates directly on you device, subscribe now.