fbpx

ଭୁଲ ମାନିଲା NTA… ନିଟ୍ ପରୀକ୍ଷାରେ ଲିକ୍ ହୋଇଥିଲା ପ୍ରଶ୍ନପତ୍ର: ଏବେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍-ୟୁଜି ୨୦୨୪ ମାମଲାକୁ ନେଇ ଅଧିକ ଯାଚିକା ଉପରେ ଶୁଣାଣି ଜାରି ରଖିଛନ୍ତି ସୁପ୍ରିମକୋର୍ଟ । ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଏକ ବଡ଼ ଶୁଣାଣି ଆସିପାରେ ବୋଲି ଆଶା କରାଯାଉଛି । ଶୁଣାଣି ସମୟରେ ନେସନାଲ ଟେଷ୍ଟିଂ ଏଜେନ୍ସି ନିଜ ଭୁଲ ସ୍ୱୀକାର କରିଛନ୍ତି । ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହୋଇଥିବା ସୁପ୍ରିମକୋର୍ଟରେ ସ୍ୱୀକାର କରିଛନ୍ତି ଏନଟିଏ । ତେବେ ଦୋଷୀ ଚିହ୍ନଟ ହୋଇ ନ ପାରିଲେ ଆଉ ଥରେ ପରୀକ୍ଷା କରିବା ପାଇଁ ଆଦେଶ ଦିଆଯାଇପାେରେ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

ଏ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ୬୭ ଜଣ ପ୍ରାର୍ଥୀଙ୍କ ମାର୍କ ୧୦୦ ପ୍ରତିଶତ ରହିଛି । ଅର୍ଥାତ୍ ୭୨୦ ମାର୍କରୁ ୭୨୦ ମାର୍କ ହାସଲ କରିଛନ୍ତି ଏହି ପରୀକ୍ଷାର୍ଥୀ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତବର୍ଷ ଏହି ଅନୁପାତ ଖୁବ କମ୍ ରହିଥିବା ବେଳେ ଚଳିତବର୍ଷର ଏହି ରେଜଲ୍ଟ ସହଜରେ ଗ୍ରହଣ କରିବା ମୁସ୍କିଲ । ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ସମ୍ପୂର୍ଣ୍ଣ ସତ୍ୟ । ତେବେ ଯଦି ପ୍ରଶ୍ନପତ୍ର ଟେଲିଗ୍ରାମ, ହ୍ୱାଟ୍ସଆପ୍ ତଥା କୌଣସି ଇଲେକ୍ଟ୍ରୋନିକ ମାଧ୍ୟମରେ ଲିକ୍ ହୋଇଥାଏ,ଏହା ଖୁବ କମ୍ ସମୟରେ ଭାଇରାଲ ହୋଇଥାଏ ।

ତେଣୁ ସୁପ୍ରିମକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି । ଏହି ମାମଲାରେ ଫାଇଦା ହାସଲ କରିଥିବା ପିଲାମାନଙ୍କ ସଂଖ୍ୟା ଜାଣିବା ପାଇଁ ଚାହୁଁଛନ୍ତି ସୁପ୍ରିମକୋର୍ଟ । ଏହାଦ୍ୱାରା ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ପିଲାମାନଙ୍କ ବିରୋଧରେ କେବଳ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ତେବେ ପରୀକ୍ଷା ରଦ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମାନ୍ୟବର ଅଦାଲତ । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ପ୍ରୟାସ ଜାରି ରହିଛି ।

 

Get real time updates directly on you device, subscribe now.