fbpx

କଠୁଆ ଆକ୍ରମଣରେ ସାମିଲ ଥିଲେ ପାକିସ୍ତାନୀ ଆତଙ୍କବାଦୀ, ସ୍ଥାନୀୟ ଲୋକଙ୍କର ବି ହାତ ରହିଛି: ସୂତ୍ର

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର କଠୁଆରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା ସହିତ ୫ ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସନ୍ଧାନ ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ରହିଛି । ଏଥିସହିତ ଏହି ଆକ୍ରମଣ ପାଇଁ କିଛି ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ସୁରକ୍ଷାକର୍ମୀମାନେ କଠୁଆର ବଡନୋଟାରେ ତଲାସୀ ଅଭିଯାନ ଚଳାଇଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ବଡନୋଟା ଗ୍ରାମରେ ରୋଡ଼ ସଂଯୋଗ ଠିକ୍ ନଥିବା ସୂତ୍ରରୁ ଜଣାପଡ଼ିଛି । ସେଠାରେ ଗାଡ଼ିରେ ଘଣ୍ଟା ପ୍ରତି ୧୦ରୁ ୧୫ କିମି ବେଗରେ ଯିବା ଆସିବା କରିବା କଷ୍ଟକର ବୋଲି କୁହାଯାଉଛି । ତେଣୁ କଚ୍ଚା ରାସ୍ତା କାରଣରୁ ସେନା ଗାଡ଼ି ଧୀରେଧୀରେ ଆଗକୁ ବଢ଼ୁଛି । ୨-୩ ଜଣ ଆତଙ୍କବାଦୀ ଓ କିଛି ସ୍ଥାନୀୟ ଗାଇଡ୍ ପାହାଡ଼ ଉପରେ ରହିଛନ୍ତି । ଆତଙ୍କବାଦୀମାନେ ପ୍ରଥମେ ସେନା ଗାଡ଼ି ଉପରକୁ ଗ୍ରେନେଡ୍ ଫୋପାଡ଼ିଥିଲେ ଓ ଫାୟାରିଂ କରିଥିଲେ । ପୂର୍ବ ଆକ୍ରମଣ କରି ଡ୍ରାଇଭରକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା ।

ସୂତ୍ର ମୁତାବକ, ଉକ୍ତ ଅଞ୍ଚଳରେ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସ୍ଥାନୀୟ ଗାଇଡ୍ ସହାୟତା କରିଥିଲେ । ସେହି ଗାଇଡମାନେ ଆତଙ୍କବାଦୀଙ୍କୁ ଖାଦ୍ୟ ଓ ପୋଷାକ ମଧ୍ୟ ଯୋଗାଇ ଦେଇଥିଲେ । ଏଥିସହିତ ଆତଙ୍କବାଦୀଙ୍କୁ ଲୁଚାଇବା ନେଇ ମଧ୍ୟ ସେହି ଗାଇଡମାନେ ସହଯୋଗ କରିଥିବା କୁହାଯାଉଛି । ଆକ୍ରମଣରେ କିଛି ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିବା କୁହାଯାଉଛି । ଆତଙ୍କବାଦୀଙ୍କ ନିକଟରୁ ଆମେରିକା ନିର୍ମିତ ଏମ୪ କାର୍ବାଇନ ରାଇଫଲ, ଏକ୍ସପ୍ଲୋସିଭ ଡିଭାଇସ ଓ ଅନ୍ୟ ହତିଆର ମିଳିଥିଲା ।

Get real time updates directly on you device, subscribe now.