fbpx

ଆସନ୍ତା ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର! ତଦାରଖ କମିଟି ଦେଲା ପ୍ରସ୍ତାବ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଓଡ଼ିଶା ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ବୈଠକ ଜାରି ରହିଛି । ତେବେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିପାଇଁ ବୈଠକରେ ପ୍ରସ୍ତାବ ଦେଇଛି ରତ୍ନଭଣ୍ଡାର ତଦାରଖ କମିଟି । ତେବେ ରତ୍ନଭଣ୍ଡାର କୋଲିବା ପୂର୍ବରୁ ସରକାରଙ୍କ ଅନୁମତି ଲୋଡ଼ିଛି କମିଟି । ଆସନ୍ତା ୧୪ ତାରିଖରେ ମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ଦିଆ ଯାଇଥିବା ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଅନୁମତି ମିଳିଲେ ୧୪ ତାରିଖରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ଉପସ୍ଥାପନ କରାଯାଇ ରତ୍ନଭଣ୍ଡାର ଖୋଲାଯିବ ବୋଲି ସେ କହିଛନ୍ତି ।

ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ଯେ, ସରକାର ଏହି ପ୍ରସ୍ତାବକୁ ଅନୁମତି ଦେଲେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ତେବେ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନାହିଁ । ଭକ୍ତଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି । ରଥଯାତ୍ରାରେ ବ୍ୟସ୍ଥ ଥିବାରୁ ଆଜି ଚାବି ଉପସ୍ଥାପନ କରାଯାଇ ନାହିଁ । ତେବେ ୧୪ ତାରିଖରେ ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବେ ବୋଲି କହିଛନ୍ତି । ଏହାପରେ ଚାବି କାମ କରୁ ବା ନ କରୁ ରତ୍ନଭଣ୍ଡାର ଖୋଲିବା ସୁନିଶ୍ଚିତ । ତେବେ ରତ୍ନଭଣ୍ଡାର ଖୋଲାଯିବା ସମୟରେ ସାଧାରଣ ଦର୍ଶନ ବନ୍ଦ ହେବନାହିଁ । କିନ୍ତୁ ଏହି ସମୟରେ ଭକ୍ତ ମଧ୍ୟ ସହଯୋଗ କରିବେ ବୋଲି ଆଶା ରଖିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।

Get real time updates directly on you device, subscribe now.