fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ, ‘ଅର୍ଡର ଅଫ୍ ସେଣ୍ଟ୍ ଆଣ୍ଡ୍ରୁ ଦି ଏପୋଷ୍ଟଲ’ରେ ସମ୍ମାନିତ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସବୋର୍ଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦୀଙ୍କୁ ଦେଶର ଅତ୍ୟନ୍ତ ପ୍ରତିଷ୍ଠିତ ‘ଅର୍ଡର ଅଫ୍ ସେଣ୍ଟ୍ ଆଣ୍ଡ୍ରୁ ଦି ଏପୋଷ୍ଟଲ’ ସମ୍ମାନ ଅଧିକାରିକ ଭାବରେ ପ୍ରଦାନ କରିଛନ୍ତି । ମୋଦୀଙ୍କୁ ମିଳିଥିବା ଏହି ପୁରସ୍କାର ଏହି କଥାର ପ୍ରମାଣ କି ରୁଷ ଏବଂ ଭାରତ ମଧ୍ୟରେ ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ବିକଶିତ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର୍କୁ ପ୍ରୋତ୍ସାହିତ କରିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ବନ୍ଧୁତାର ଏକ ଉତ୍ତମ ଉଦାହରଣ ଦେଖିବାକୁ ମିଳିଛି ।

୨୦୧୯ରେ ମୋଦୀଙ୍କୁ ‘ଅର୍ଡର ଅଫ୍ ସେଣ୍ଟ୍ ଏଣ୍ଡ୍ରୁ୍ୟ ଦି ଏପୋଷ୍ଟଲ’ ସମ୍ମାନ କରିବା ନେଇ ଘୋଷଣା ହୋଇଥିଲା । ଏହି ପୁରସ୍କାରର ବିଶେଷତ୍ୱ ହେଉଛି ଏହା ୩୨୬ ବର୍ଷ ପୁରୁଣା । ୧୬୯୮ରେ ପିଟର ଦି ଗ୍ରେଟ୍ ରୁଷର ସଂରକ୍ଷକ ସେଣ୍ଟ୍ ଆଣ୍ଡ୍ରୁଙ୍କ ସମ୍ମାନର୍ଥେ ‘ଅର୍ଡର ଅଫ୍ ସେଣ୍ଟ୍ ଏଣ୍ଡ୍ରୁ୍ୟ ଦି ଏପୋଷ୍ଟଲ’ ଆରମ୍ଭ କରିଥିଲେ । ଏହି ସମ୍ମାନ ଉକ୍ରୃଷ୍ଟ ନାଗରିକ ଓ ସାମରିକ ଯୋଗ୍ୟତା ଏବଂ ଦେଶ ପାଇଁ ଅତୁଳନୀୟ ସେବା ପାଇଁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରରେ ପ୍ରତୀକ ଚିହ୍ନ ଭାବରେ ଏକ ନୀଳ ଶାଶ୍(ଗ୍ଦବଗ୍ଦଷ), ସେଣ୍ଟ୍ ଆଣ୍ଡ୍ରୁ କ୍ରସ୍ ବହନ କରୁଥିବା ଏକ ବ୍ୟାଜ୍ ଏବଂ ଛାତିରେ ପରିଧାନ କରୁଥିବା ଏକ ତାରକା ସାମିଲ ରହିଛି । ଏହି ସମ୍ମାନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ମୁଁ ସହୃଦୟ ଆପଣଙ୍କୁ କୃତଜ୍ଞତା ଜଣାଉଛି । ଏହି ସମ୍ମାନ କେବଳ ମୋର ସମ୍ମାନ ନୁହେଁ ବରଂ ୧୪୦ କୋଟି ଦେଶବାସୀଙ୍କ ସମ୍ମାନ । ଭାରତ ଏବଂ ରୁଷ ମଧ୍ୟରେ ଶତାବ୍ଦୀ ପୁରୁଣା ବନ୍ଧୁତ୍ୱର ଏହା ଏକ ଉଦାହରଣ ଏବଂ ଆମର ସ୍ପେଶାଲ ପ୍ରିଭିଲେଜ୍ ପାର୍ଟନରଶିପର ସମ୍ମାନ । ପୁଟିନଙ୍କ ନେତୃତ୍ୱରେ ଗତ ୨୫ ବର୍ଷରେ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଛି ଏବଂ ପ୍ରତ୍ୟେକ ଥର ଏହା ନୂତନ ଶିଖରକୁ ଛୁଇଁଛି ।’ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଦୁଇ ଦେଶର ସହଭାଗିତା ଗୁରୁତ୍ୱପୂର୍ଣ୍ଣ ଅଟେ । ଆମେ ବିଶ୍ୱାସ କରୁ ଯେ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରୟାସ ଜାରି ରହିବ । ଏହି ଦିଗରେ ଆମେ ନିରନ୍ତର କାର୍ଯ୍ୟ କରିବୁ ।

ଜଣେ ଗ୍ଲୋବାଲ ଲିଡର ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୫ଟି ଦେଶ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି ।

 

 

Get real time updates directly on you device, subscribe now.