fbpx

ବିଜେପି ବିଧାୟିକା ଶୈଲାରାଣୀ ରାୱତଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ଉତ୍ତରାଖଣ୍ଡର କେଦାରନାଥ ବିଧାନସଭା କ୍ଷେତ୍ରର ବିଧାୟିକା ଶୈଲାରାଣୀ ରାୱତଙ୍କ ପରଲୋକ ଘଟିଛି । ଗତ କିଛିଦିନ ହେଲା ବିଧାୟିକା ବିମାରଗ୍ରସ୍ତ ରହିଥିଲେ । ତେଣୁ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଭେଣ୍ଟିଲେଟରରେ ରହିଥିବା ବେଳେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଆଜି ସକାଳ ୧୧ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

କିଛିଦିନ ତଳେ ଶୈଲାରାଣୀ ତଳେ ପଡ଼ିଯାଇଥିଲା । ସେହିଦିନ ଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖିବାକୁ ମିଳିଥିଲା । ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ପ୍ରଚାରରେ ସାମିଲ ହୋଇ ପାରିନଥିଲେ । ସେ କଂଗ୍ରେସରୁ ନିଜର ରାଜନୈତିକ ଯାତ୍ରା ଶୁଭାରମ୍ଭ କରିଥିଲେ । ୨୦୧୨ ମସିହାରେ କେଦାରନାଥ ବିଧାନସଭା ଆସନରୁ ସେ କଂଗ୍ରେସ ଟିକେଟରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୧୬ରେ ହରିଶ ରାୱତଙ୍କ ସରକାର ସମୟରେ ଶୈଲାରାଣୀ ବିଜେପିରେ ସାମିଲ ହୋଇଥିଲେ । ୨୦୧୭ରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏହାପରେ ୨୦୨୨ରେ ସେ ପୁଣି ଥରେ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.