fbpx

କୋପା ଆମେରିକା ୨୦୨୪ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା: ସେମିଫାଇନାଲ ଲଢ଼େଇରେ ୨-୦ରେ ପରାସ୍ତ ହେଲା କାନାଡା

ନୂଆଦିଲ୍ଲୀ: କୋପା ଆମେରିକା ୨୦୨୪ର ପ୍ରଥମ ସେମିଫାଇନାଲରେ ଏକ ରୋମାଞ୍ଚ ଦେଖିବାକୁ ମିଳିଛି । କାନାଡାକୁ ୨-୦ ଗୋଲ ବ୍ୟବଧାନରେ ପରାସ୍ତ କରି ଏକତରଫା ଭାବେ ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ଏହି ବିଜୟ ଫଳରେ ଆର୍ଜେଣ୍ଟିନା କୋପା ଆମେରିକା ୨୦୨୪ର ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟ ଫଳରେ ଆର୍ଜେଣ୍ଟିନା କ୍ରମାଗତ ୧୦ଟି ମ୍ୟାଚରେ ଅପରାଜେୟ ରହିଛି । ଦ୍ୱିତୀୟ ସେମିଫାଇନାଲରେ କଲମ୍ବିଆ ଓ ଉରୁଗୁଏ ପରସ୍ପକୁ ଭେଟିବେ । ଉକ୍ତ ମ୍ୟାଚର ବିଜେତାଙ୍କୁ ଆର୍ଜେଣ୍ଟିନା ରବିବାର ଦିନ ଫାଇନାଲରେ ଭେଟିବ ।

ଏହି ମ୍ୟାଚରେ ତାରକା ଖେଳାଳି ଲିଓନେଲ ମେସି କମାଲ କରିଥିଲେ । ମେସି ୧୦୯ତମ ଅନ୍ତରାଷ୍ଟ୍ରୀୟ ଗୋଲ ସ୍କୋର କରିଥିଲେ । ଆର୍ଜେଣ୍ଟିନା ତରଫରୁ ୨୨ତମ ମିନିଟରେ ଜୁଲିୟନ ଅଲଭାରେଜ ଏକ ଗୋଲ ସ୍କୋର କରିଥିବା ବେଳେ ୫୨ତମ ମିନିଟରେ ମେସି ଆଉ ଏକ ଗୋଲ ଦେଇଥିଲେ । ମେସିକ ସାମ୍ନାରେ ପ୍ରତିପକ୍ଷ ଗୋଲକିପର ମେକ୍ସିମ କ୍ରେପ୍ୟୁ ରହିଥିଲେ ହେଁ ଷ୍ଟାର ଫୁଟବଲଙ୍କ ଆଗରେ ସେ ଫିକା ପଡ଼ିଯାଇଥିଲେ ।

ଗତ ୨୫ଟି ମ୍ୟାଚରେ ମେସି ଆର୍ଜେଣ୍ଟିନ ପାଇଁ ୨୮ଟି ଗୋଲ ସ୍କୋର କରିଛନ୍ତି । ଚଳିତ କୋପା ଆମେରିକା ଟୁର୍ଣ୍ଣାମେଣ୍ଟରେ ସେ ବର୍ତ୍ତମାନ ସୁଦ୍ଧା ୧୪ଟି ଗୋଲ ସ୍କୋର କରିସାରିଲେଣି । ରେକର୍ଡ ଠାରୁ ସେ ଆଉ ମାତ୍ର ୩ଟି ଗୋଲ ପଛରେ ରହିଛନ୍ତି । ଅନ୍ତରାଷ୍ଟ୍ରୀୟ ଫୁଟବଲରେ ମେସିଙ୍କ ଠାରୁ ପର୍ତ୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାମରେ ଅଧିକ ଗୋଲ ରହିଛି । ରୋନାଲ୍ଡୋ ବର୍ତ୍ତମାନ ସୁଦ୍ଧା ୧୩୦ଟି ଗୋଲ ସ୍କୋର କରିସାରିଛନ୍ତି । ଇରାନର ଅଲୀ ଦେଈ ୧୯୯୩ରୁ ୨୦୦୬ ମଧ୍ୟରେ ୧୦୮/୧୦୯ ଗୋଲ ସ୍କୋର କରିଥିଲେ ।

Get real time updates directly on you device, subscribe now.