fbpx

ସମ୍ପୂର୍ଣ୍ଣ ‘ବିରୋଧି ମୁକ୍ତ’ହେଲା ଏହି ରାଜ୍ୟ, ସମସ୍ତ ବିଧାୟକ NDA ମିଳିତ ମଞ୍ଚରେ ସାମିଲ

ଗାଙ୍ଗଟକ୍: ବୁଧବାର ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ୍(SDF)ର ଏକମାତ୍ର ବିଧାୟକ ତେନଞ୍ଜିଂ ନୋରବୁ ଲାମ୍ଥା(Tenzing Norbu Lamtha) କ୍ଷମତାସୀନ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା(SKM)ରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସିକ୍କିମରେ ଆଉ କୌଣସି ବିରୋଧି ବିଧାୟକ ନାହାଁନ୍ତି । ଏନେଇ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରେମ୍ ସିଂହ ତମାଙ୍ଗ୍ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ଆଜି ନିଜ ଆବାସରେ ୨୩- ଶ୍ୟାରି ବିଧାନସଭା ଆସନର ବିଧାୟକ ତେନଜିଂ ନୋରବୁ ଲାମଥାଙ୍କ ସହ ଭେଟି ଅତ୍ୟନ୍ତ ଖୁସି ଅନୁଭବ କରୁଛି । ସେ ଅଧିକାରିକ ଭାବରେ ଆମ SKM ପରିବାରରେ ସାମିଲ ହୋଇଯାଇଛନ୍ତି । ବର୍ତ୍ତମାନ ଏକ ବ୍ୟାପକ ବିକାଶ ଯୋଜନାର ଅଂଶ ଭାବରେ ଏହି ନିର୍ବାଚନ ମଣ୍ଡଳୀର ସମସ୍ୟା ସମାଧାନ କରାଯିବ ।’

 

 

Get real time updates directly on you device, subscribe now.