fbpx

ପଞ୍ଚାୟତ ଗ୍ରାମୀଣ ମନ୍ତ୍ରୀ ପ୍ରହଲାଦ ପଟେଲଙ୍କ PRO ହାରିଲେ ଜୀବନ, ପୋଲିସ ଖୁଲାସା କଲା କାରଣ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ପଞ୍ଚାୟତ ଗ୍ରାମୀଣ ମନ୍ତ୍ରୀଙ୍କ ପିଆରଓ ନିଜ ଜୀବନ ହାରିଦେଇଛନ୍ତି । ଜନସଂପର୍କରେ ଆସିଷ୍ଟାଣ୍ଟ ଡାୟରେକ୍ଟର ପୂଜା ଥାପକଙ୍କ ଏବଳି ନିଷ୍ପତ୍ତିର କାରଣ ସଂପୂର୍ଣ୍ଣ ଭାବେ ଖୁଲାସା ହୋଇନାହିଁ । ସେହିପରି ପୋଲିସ ଏହି ପୂରା ମାମଲାର ଯାଞ୍ଚ କରୁଛି । ହେଲେ ଏପରି କୁହାଯାଉଛି ଯେ, ପାରିବାରିକ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ପ୍ରହଲାଦ ପଟେଲଙ୍କ ପିଆରଓ ପୂଜା ଥାପକ ଗତ ରାତି ୧୨ଟାରେ ଫାସି ଦେଇ ଜୀବନ ହାରିଛନ୍ତି । କୁହାଯାଉଛି ଯେ, ପୂଜା ଥାପକଙ୍କ ସ୍ୱାମୀଙ୍କ ସହ ବିବାଦ ହୋଇଥିଲା । ସ୍ୱାମୀ ମଧ୍ୟ ସହାୟକ ସଞ୍ଚାଳକ ସ୍ତରର ଅଧିକାରୀ ଅଟନ୍ତି । ମଙ୍ଗଳବାର ଦିନ ରାତି ୯ଟାରେ ପୂଜା ଥାପକ ମନ୍ତ୍ରୀ ପ୍ରହଲାଦ ପଟେଲଙ୍କ ବିଭାଗ ସହ ସମ୍ବନ୍ଧିତ ଖବର ପଠାଇଥିଲେ ।

ପୋଲିସ ଅନୁଯାୟୀ, ପୂଜା ଥାପକ ସାକେତ ନଗର ଅଞ୍ଚଳରେ ପରିବାର ସହ ରହୁଥିଲେ । ତାଙ୍କର ମଙ୍ଗଳବାର ଦିନ ରାତିରେ ସ୍ୱାମୀଙ୍କ ସହ ଝଗଡା ଲାଗିଥିଲା । ଯାହାପରେ ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରୀରେ ସେ ଫାଶି ଦେଇ ପ୍ରାଣହାନି କରିଛନ୍ତି ।

Get real time updates directly on you device, subscribe now.