fbpx

ମନୀଷ ସିସୋଦିଆଙ୍କ ଜାମିନକୁ ନେଇ ସୁପ୍ରିମକୋର୍ଟରେ କ’ଣ ଘଟିଲା? ଶୁଣାଣି ପୂର୍ବରୁ ଏପରି କହିଲେ ଜଜ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଆମ୍ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କ ମାମଲା ଶେଷ ହେବାର ନାମ ନେଉନି । ସୁପ୍ରିମକୋର୍ଟରେ ଗୁରବାର ଦିନ ସିସୋଦିଆଙ୍କର ଜାମିନ ପିଟିସନ ଉପରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି । ସିସୋଦିଆଙ୍କ ଆବେଦନ ଶୁଣାଣି କରୁଥିବା ଜଜ ଏହି ମାମଲାରୁ ନିଜକୁ ଦୂରେଇ ରଖିଛନ୍ତି ।

ସୁପ୍ରିମକୋର୍ଟଙ୍କ ଜଜ ଜଷ୍ଟିସ ସଞ୍ଜୟ କୁମାର ମନୀଷ ସିସୋଦିଆଙ୍କ ଜାମିନ ଶୁଣାଣିକୁ ନେଇ ନିଜକୁ ଦୂରେଇ ରଖିଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମକଦ୍ଦମା ରୁଜୁ କରାଯାଇଛି । ସିସୋଦିଆ ଏହି ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ ଜାରି କରିଥିଲେ । ଏହି ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୀବ ଖାନ୍ନା, ସଞ୍ଜୟ କରୋଲ ଏବଂ ସଞ୍ଜୟ କୁମାରଙ୍କୁ କରିବାର ଥିଲା, ହେଲେ କୁମାର ନିଜକୁ ଏହି ମାମଲାଠାରୁ ଦୂରେଇ ଦେଇଛନ୍ତି ।

ଉଚ୍ଚ ନ୍ୟାୟାଳୟ ଅଦାଲତର ପୀଠ କହିଛନ୍ତି ଯେ, ମନୀଷ ସିସୋଦିଆଙ୍କ ପିଟିସନରେ ଅନ୍ୟ ଏକ ପୀଠ ଶୁଣାଣି କରିବେ । ଯେଉଁଥିରେ ଜଷ୍ଟିସ ସଞ୍ଜୟ କୁମାର ଭାଗ ନେବେନାହିଁ । ଯେଉଁ ସମୟରେ ଅଦାଲତରେ ମାମଲାର ଶୁଣାଣି ଆରମ୍ଭ ହେଲା, ସଙ୍ଗେ ସଙ୍ଗେ ଜଷ୍ଟିସ ଖାନ୍ନା କହିଲେ, ଆମ ଭାଇଙ୍କର କିଛି ଅସୁବିଧା ଅଛି । ସେ ବ୍ୟକ୍ତିଗତ କାରଣ ପାଇଁ ଏହି ମାମଲାକୁ ଶୁଣିବାକୁ ଚାହୁଁନାହାନ୍ତି । ତେବେ ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ୧୫ ଜୁଲାଇରେ ଅନ୍ୟ ପୀଠଙ୍କ ଦ୍ୱାରା କରାଯିବ ।

Get real time updates directly on you device, subscribe now.