fbpx

ପାରାମିଲିଟାରୀରେ ୧୦ ପ୍ରତିଶତ ସଂରକ୍ଷଣ, ନିଯୁକ୍ତିରେ ଆଶ୍ୱସ୍ତି ସହ ଅଗ୍ନିବୀରଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଗତ କିଛି ଦିନ ଧରି ଚାଲୁଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇ ଏହି ଯୋଜନାରେ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ କନେଷ୍ଟବଳର ୧୦ ପ୍ରତିଶତ ପଦବୀ ସଂରକ୍ଷିତ ରଖିଛି କେନ୍ଦ୍ର । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସରେ ମଧ୍ୟ ଶାରିରୀକ ପରୀକ୍ଷଣରେ ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ପୋଲିସ ବଳରେ ମଧ୍ୟ ଚାକିରି ମିଳିବ । ଏଥିସହ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ପଦବୀ ସଂରକ୍ଷିତ ରହିବ । ଫିଜିକାଲ ଟେଷ୍ଟରେ ମଧ୍ୟ ପୂର୍ବତନ ଅଗ୍ନିବୀରଙ୍କୁ ଆଶ୍ୱସ୍ତି ମିଳିବ ଏବଂ ସିଆଇଏସଏଫ ରେ ମଧ୍ୟ ୧୦ ପ୍ରତିଶତ ପଦବୀ ସଂରକ୍ଷିତ ରହିବ । ସେହିପରି ସିଆଇଏସଏଫର ମହାନିର୍ଦ୍ଦେଶକ ନୀନା ସିଂହ କହିଛନ୍ତି ଯେ, ସିଆଇଏସଏଫ ମଧ୍ୟ ଏହି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି ।

୧୪ ଜୁନ ୨୦୨୨ରେ ଘୋଷିତ ଅଗ୍ନିପଥ ଯୋଜନାରେ ୧୭ ରୁ ୨୧ ବର୍ଷୀୟ ଯୁବକଙ୍କୁ କେବଳ ଚାରି ବର୍ଷ ପାଇଁ ନିଯୁକ୍ତି କରାଯିବାର ନିୟମ ରହିଛି, ଯେଉଁଥିରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ରଖିବାର ନିୟମ ରହିଛି । ସରକାର ଏହାପରେ ଉପର ଆୟୁ ସୀମାକୁ ବଢାଇ ୨୩ ବର୍ଷ କରିଛନ୍ତି ।

Get real time updates directly on you device, subscribe now.