fbpx

(Video) ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ରାଲିରେ ଗୁଳିକାଣ୍ଡ, ଆହତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମେରିକାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟୀର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରାଯାଇଛି। ଏଠାରେ ଟ୍ରମ୍ପ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଆସିଥିଲେ, ସେହି ସମୟରେ ହଠାତ୍ ଗୁଳିର ଶବ୍ଦ ଶୁଣାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଆମେରିକୀୟ ସିକ୍ରେଟ୍ ସର୍ଭିସ୍ ଲୋକମାନେ ତୁରନ୍ତ ଆସି ଟ୍ରମ୍ପଙ୍କୁ ଶୀଘ୍ର ମଞ୍ଚରୁ ତଳକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରମ୍ପଙ୍କ କାନ ଏବଂ ମୁହଁରେ ରକ୍ତ ଚିହ୍ନ ଦେଖିବାକୁ ମିଳିଛି।

ସିକ୍ରେଟ ଏଜେଣ୍ଟମାନେ ସଂଗେ ସଂଗେ ଟ୍ରମ୍ପଙ୍କୁ ଡାକ୍ତରଖାନା ନେଇଛନ୍ତି, ଯେଉଁଠାରେ ସେ ଠିକ ଅଛନ୍ତି ବୋଲି କୁହାଯାଉଛି। ଟ୍ରମ୍ପଙ୍କ ମୁଖପାତ୍ର ଷ୍ଟିଭେନ୍ ଚେଉଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଯେ, ଟ୍ରମ୍ପ ଭଲ ଅଛନ୍ତି ଏବଂ ନିକଟସ୍ଥ ଡାକ୍ତରଖାନାରେ ତାଙ୍କୁ ଟେଷ୍ଟ କରାଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ରାଲିରେ ଗୁଳିକାଣ୍ଡ ପରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଟ୍ରମ୍ପଙ୍କ କାନ ପାଖରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.