fbpx

ବନ୍ଧୁଙ୍କ ଚିକିତ୍ସା ପାଇଁ ପେନସନ୍ ଦାନ କରିବେ କପିଲ ଦେବ, BCCIକୁ କଲେ ନିବେଦନ

ନୂଆଦିଲ୍ଲୀ: ଭାରତୀୟ ଟିମକୁ ପ୍ରଥମ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ କପିଲ ଦେବ ବର୍ତ୍ତମାନ ଦୁଃଖି ଅଛନ୍ତି । ତାଙ୍କ ପୁର୍ବତନ ସାଥି କ୍ରିକେଟର ତଥା ବନ୍ଧୁ ବର୍ତ୍ତମାନ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ସ୍ଥିତିରେ ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ କପିଲ ଆଗେଇ ଆସିଛନ୍ତି । ସେ ନିଜ ବନ୍ଧୁଙ୍କ କର୍କଟ ଚିକିତ୍ସା ପାଇଁ ନିଜ ପେନସନ୍ ଅର୍ଥ ରାଶି ଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ସୂଚନାରୁ ପ୍ରକାଶ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଖେଳାଳି ତଥା କୋଚ୍ ଅଂଶୁମାନ ଗାୟକୱାଡ଼ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି । ଲଣ୍ଡନରେ ତାଙ୍କର ଚିକିତ୍ସା ଚାଲିଛି । କପିଲ ଦେବ, ମହିନ୍ଦର ଅମରନାଥ, ସୁନିଲ ଗାଭାସ୍କର, ସନ୍ଦିପ ପାଟିଲ, ରବି ଶାସ୍ତ୍ରୀ, କୀର୍ତି ଆଜାଦଙ୍କ ଭଳି ଅନେକ ସାଥୀ ଖେଳାଳିଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି । ଅପରପକ୍ଷରେ କପିଲ ଦେବ ବିସିସିଆଇକୁ ଅଂଶୁମାନ ଗାୟକୱାଡ଼ଙ୍କୁ ସାହାଯ୍ୟ କରିବା ପାଇଁ ବି ନିବେଦନ କରିଛନ୍ତି । ଅପରପକ୍ଷରେ କପିଲ ଦେବ ବିସିସିଆଇକୁ ଅଂଶୁମାନ ଗାୟକୱାଡ଼ଙ୍କୁ ସାହାଯ୍ୟ କରିବା ପାଇଁ ବି ନିବେଦନ କରିଛନ୍ତି । ଏହା ସହ ତାଙ୍କ ବନ୍ଧୁଙ୍କ ଏପରି ଅବସ୍ଥା ଦେଖି କହିଛନ୍ତି, ‘ଏହା ଅତ୍ୟନ୍ତ ନିରାଶଜନକ ଅଟେ । ମୁଁ ଆଶୁ ସହ ଖେଳିଛି ଏବଂ ତାଙ୍କୁ ଏପରି ଅବସ୍ଥାରେ ଦେଖି ପାରିବି ନାହିଁ । ମୁଁ ଜାଣିଛି ବୋର୍ଡ଼ ତାଙ୍କର ଉଚିତ ଦେଖାଶୁଣା କରିବ । ମୁଁ କାହାକୁ ବାଧ୍ୟ କରିବି ନାହିଁ । କିଛି ବିପଜ୍ଜନକ ବୋଲରଙ୍କ ସମ୍ମୁଖୀନ ହୋଇଥିବା ବେଳେ ତାଙ୍କୁ ମୁହଁ ଓ ଛାତିରେ ଆଘାତ ଲାଗିଥିଲା । ବର୍ତ୍ତମାନ ତାଙ୍କ ସହ ଛିଡ଼ା ହେବାର ସମୟ ଆସିଛି । ମୁଁ ନିଶ୍ଚିତ ଯେ କ୍ରିକେଟ ଫ୍ୟାନ୍ସ ତାଙ୍କୁ ନିରାଶ କରିବେ ନାହିଁ । ଅଂଶୁମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଫ୍ୟାନ୍ସଙ୍କୁ ପ୍ରାର୍ଥନା କରିବା ଉଚିତ ।’ ସିଷ୍ଟମରେ ଥିବା ଅଭାବ ଏବଂ ପେନସନ୍ ଦାନ କରିବା ନେଇ ସେ କହିଛନ୍ତି, ‘ଦୁର୍ଭାଗ୍ୟ ବଶତଃ ଆମ ପାଖରେ ସେମିତି କିଛି ସିଷ୍ଟମ ନାହିଁ । ଏକ ଟ୍ରଷ୍ଟ ରହିବା ଉଚିତ ଯାହା ପୂର୍ବତନ ଏବଂ ବର୍ତ୍ତମାନ ଖେଳାଳିଙ୍କ ଯତ୍ନ ନେଇ ପାରିବ । ବିସିସିଆଇ ଏପରି କରିପାରିବ ବୋଲି ମୁଁ ଆଶା କରୁଛି । ଯଦି ପରିବାର ଅନୁମତି ଦିଅନ୍ତି ତେବେ ଆମେ ପେନସନ୍ ଦାନ କରି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ ।’

Get real time updates directly on you device, subscribe now.