fbpx

ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ କଲେ ନିନ୍ଦା, ବାଇଡେନ କହିଲେ ଏହି କଥା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ନିର୍ବାଚନ ରାଲିରେ ଆକ୍ରମଣ କରାଯାଇଥିଲା । ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପାଇଁ ରାଲି କରୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ବର୍ତ୍ତମାନ ଏହି ଘଟଣା ଉପରେ ଅନେକ ଲୋକେ ନିଜର ରିଆକ୍ସନ ଦେଇଛନ୍ତି ।

ଜାପାନର ପିଏମ ଫୁମିଓ କିରିନ୍ଦା ମଧ୍ୟ ଏହି ଘଟଣାରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ତାଙ୍କର କହିବାନୁଯାୟୀ, ‘ଟ୍ରମ୍ପଙ୍କ ରାଲିରେ ଗୁଳିକାଣ୍ଡ ପରେ ଆମକୁ ହିଂସା ବିରୋଧରେ ମଜବୁତ ଭାବେ ଠିଆ ହେବାକୁ ପଡିବ’ । ବିଦେଶ ମନ୍ତ୍ରୀ ଉଟନୀ ବ୍ଲିକନ ଏହି ଘଟଣା ଉପରେ କହିଛନ୍ତି ଯେ, ‘ରାଲିରେ ହୋଇଥିବା ଗୁଳିକାଣ୍ଡରେ ମୁଁ ସ୍ତବ୍ଧ ଏବଂ ଦୁଃଖିତ’ ।

ପିଏମ ମୋଦୀ ଲେଖିଛନ୍ତି ଯେ, ‘ମୋ ବନ୍ଧୁ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣରେ ମୁଁ ବହୁତ ଚିନ୍ତିତ । ଏହି ଘଟଣାର ମୁଁ କଡ଼ା ନିନ୍ଦା କରୁଛି । ରାଜନୀତି ଏବଂ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଟ୍ରମ୍ପଙ୍କର ଶିଘ୍ର ସୁସ୍ଥ ହେବାର ମୁଁ କାମନା କରୁଛି । ଆମ ସମ୍ବେଦନଶୀଳତା ଏବଂ ପ୍ରର୍ଥନାମାନ ମୃତକ ଏବଂ ଆହତଙ୍କ ପରିବାର ଲୋକଙ୍କ ସହ ରହିଛି ।’

ଏହି ମାମଲାକୁ ନେଇ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ‘ମୋତେ ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ହୋଇଥିବା ଗୁଳିକାଣ୍ଡ ବିଷୟରେ ମୋତେ ଜଣାପଡିଛି । ମୁଁ ଏହା ଶୁଣି ଖୁସି ଯେ, ସେ ସୁରକ୍ଷିତ ଅଛନ୍ତି । ମୁଁ ତାଙ୍କର, ତାଙ୍କ ପରିବାର ଏବଂ ରାଲିରେ ସାମିଲ ଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି ।’

Get real time updates directly on you device, subscribe now.