fbpx

SBI ପକ୍ଷରୁ ଅନଲାଇନ ଋଣ ସୁବିଧାର ଶୁଭାରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଭୁବନେଶ୍ୱର : ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡ ବଦଳରେ ଅନଲାଇନ୍ ଋଣ ସୁବିଧାର ଶୁଭାରମ୍ଭ କରାଯାଇ ଗ୍ରାହକମାନଙ୍କୁ ଡିଜିଟାଲ୍ ସଶକ୍ତ କରାଯାଇଥିବା ବେଳେ ସେମାନଙ୍କ ଲାଗି ସୁବିଧାରେ ବୃଦ୍ଧି କରାଯାଇଛି । ଏହି ଡିଜିଟାଲ୍ ସେବା ଜରିଆରେ ଗ୍ରାହକମାନେ ନିଜ ଘରେ ଆରାମରେ ବସି ୧୦୦% କାଗଜ ବିହୀନ ଭାବେ ଏବଂ ଚବିଶ ଘଂଟା ଡିଜିଟାଲ୍ ପ୍ରକ୍ରିୟାରେ ଋଣ ପାଇପାରିବେ ।

ସିଏଏମ୍ଏସ୍ରେ ପଞ୍ଜିକୃତ ହୋଇଥିବା ସମସ୍ତ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନିର ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ଉପର ଆକର୍ଷଣୀୟ ସୁଧ ସହିତଏହି ନୂଆ ଋଣ ସୁବିଧା ପ୍ରଦାନ କରାଯାଇଛି । ପୂର୍ବରୁ କେବଳ ଏସବିଆଇ ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ଉପରେ ଓ କେବଳଶାଖାକୁ ପରିଦର୍ଶନ କରୁଥିବାଗ୍ରାହକଙ୍କୁ ଋଣ ଦିଆଯାଉଥିବାବେଳେ ଏବେ ସେହି ସୁବିଧାର ସମ୍ପ୍ରସାରଣ କରାଯାଇଛି ।

SBI ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, “ଇଂଟରନେଟ୍ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ୍ରେ ଆମଗ୍ରାହକ ମାନଙ୍କ ପାଇଁ ମ୍ୟୁଚୁଆଲ ଫଣ୍ଡ ବଦଳରେ ଋଣ ସୁବିଧାର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ତକ୍ରାଳ ପାଣ୍ଠି ଆବଶ୍ୟକ ହେଲେ ଏମ୍ଏଫ୍ୟୁନିଟ୍କୁ ରିଡିମ୍ କରିବାର ବାଧ୍ୟବାଧକତାକୁ ଏଡ଼ାଇବାରେ ଏହା ସହାୟକ ହେବ । ଏସ୍ବିଆଇରେ ଆମେ ଗ୍ରାହକଙ୍କ ଶାଖା ପରିଦର୍ଶନକୁ କମ୍ କରିବା ପାଇଁ ସେମାନଙ୍କୁ ପ୍ରଯୁକ୍ତି ଭିତ୍ତିକ ଡିଜିଟାଲ୍ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ନିରନ୍ତର ଉଦ୍ୟମ କରୁଛୁ ।’ ଏହି ସେବାର ଶୁଭାରମ୍ଭ ସହିତ ଏସ୍ବିଆଇ ପ୍ରଥମ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଭାରତରେ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ ଋଣ ପ୍ରଦାନ କରି, ଡିଜିଟାଲ୍ ବ୍ୟାଙ୍କିଙ୍ଗ ନବସୃଜନରେ ଅଗ୍ରଣୀ ରହିବାର ପ୍ରତିବଦ୍ଧତାକୁ ସୁଦୃଢ କରିଛି ।

Get real time updates directly on you device, subscribe now.