fbpx

ଏଣିକି ଭାରତୀୟ ଷ୍ଟାଡିୟମରେ ଦେଖାଯିବନି ‘ତମାଖୁ’ ଏବଂ ‘ଗୁଟଖା’ ବିଜ୍ଞାପନ, BCCIକୁ ଚିଠି ଲେଖିପାରନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ଆନ୍ତର୍ଜାତୀୟ ଏବଂ ଆଇପିଏଲ ମ୍ୟାଚ୍ ସମୟରେ ପ୍ରାୟତଃ ଷ୍ଟାଡିୟମରେ ‘ତମାଖୁ’ ଏବଂ ‘ଗୁଟଖା’ର ବିଜ୍ଞାପନ ଦେଖିବାକୁ ମିଳିଥାଏ । ଏହି ବିଜ୍ଞାପନ ମାଧ୍ୟମରେ ବୋର୍ଡ଼ ଭଲ ରୋଜଗାର କରିଥାଏ । କିନ୍ତୁ ବର୍ତ୍ତମାନ ଏକ ରିପୋର୍ଟରୁ ପ୍ରକାଶ ଯେ ଖୁବ ଶୀଘ୍ର ଏହି ବିଜ୍ଞାପନ ବନ୍ଦ ହୋଇପାରେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେବା ପାଇଁ ଯେଜନା କରୁଛି ।

ICMR ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାଇଟାଲ ଷ୍ଟ୍ରାଟେଜି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ୨୦୨୩ ମସିହାରେ ଧୁମ୍ରହୀନ ତମାଖୁ(SLT) ବ୍ରାଣ୍ଡର ସମସ୍ତ ତମାଖୁ ବିଜ୍ଞାପନ ମଧ୍ୟରୁ ୪୧.୩% କ୍ରିକେଟ ବିଶ୍ୱକପର ଗତ ୧୭ଟି ମ୍ୟାଚରେ ପ୍ରଦର୍ଶିତ ହୋଇଥିଲା । ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସବୁ ବିଜ୍ଞାପନ ବନ୍ଦ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛି ଯାହାକୁ ସେଲିବ୍ରିଟିମାନେ ପ୍ରମୋଟ୍ କରୁଛନ୍ତି । କ୍ରିକେଟ୍ ମ୍ୟାଚ୍ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବାରୁ ଏଭଳି ବିଜ୍ଞାପନ ପରୋକ୍ଷରେ ସେମାନଙ୍କ ଧ୍ୟାନ ଆକର୍ଷିତ କରିଥାଏ । ଏନେଇ DGHS କୌଣସି ପ୍ରକାର ତମାଖୁ ବିଜ୍ଞାପନ ପ୍ରଦର୍ଶନ କରିବା ଉପରେ ରୋକ୍ ଲଗାଇବା ପାଇଁ ବିସିସିଆଇକୁ ଚିଠି ଲେଖି ଅନୁରୋଧ କରିପାରନ୍ତି ।

Get real time updates directly on you device, subscribe now.