fbpx

କମ ସୁଗାର ସ୍ତର ହେତୁ କୋମାକୁ ଯାଇପାରନ୍ତି କେଜ୍‌ରିଓ୍ବାଲ୍‌ :ସଞ୍ଜୟ ସିଂ

ନୂଆଦିଲ୍ଲୀ: ବର୍ତ୍ତମାନନ୍ଦ ନୀତି ଦୁର୍ନିତ ମାମଲାରେ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ନେଇ ଆମ୍ ଆଦମୀ ପାର୍ଟି କ୍ରମାଗତ ଭାବରେ ଦାବି କରୁଛି । ଆପ୍ ଅଭିଯୋଗ କରିଛି ଯେ ଗତ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କର ଓଜନ ହ୍ରାସ ହୋଇଛି ।

ତାଙ୍କ ଓଜନ ୮ କିଲୋଗ୍ରାମ ହ୍ରାସ ପାଇଛି ଏବଂ ସୁଗାର ଲେବେଲ ମଧ୍ୟ ବହୁତ ଅଧିକ ରହିଛି । ଆଉ ବର୍ତ୍ତମାନ ଦଳର ରାଜ୍ୟସଭା ସାଂସଦ ସଂଞ୍ଜୟ ସିଂ ପ୍ରତିକ୍ରିୟା ଦେଇଛନ୍ତି । ସଞ୍ଜୟ ସିଂ କହିଛନ୍ତି, କେଜ୍‌ରିୱାଲ୍‌ଙ୍କ ସୁଗାର ସ୍ତର ଅନେକ ଥର ହ୍ରାସ ପାଇଛି ବୋଲି ତିହାର ଜେଲ ସ୍ୱୀକାର କରିଛି । କମ ସୁଗାର ସ୍ତର ହେତୁ ସେ ଶୋଇବା ସମୟରେ କୋମାକୁ ଯାଇପାରନ୍ତି ।

ସୁଗାର ସ୍ତର କମ ହେଲେ ବ୍ରେନ୍ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ ଥାଏ । ତିହାର ଜେଲର ରିପୋର୍ଟ ଅନୁଯାୟୀ, କେଜ୍‌ରିୱାଲ୍‌ଙ୍କ ଓଜନ ମଧ୍ୟ ହ୍ରାସ ପାଇଛି । ଏହାପୂର୍ବରୁ କେଜ୍‌ରିୱାଲଙ୍କ ଓଜନକୁ ନେଇ ଏଏପି ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀଙ୍କ ଦାବି ଉପରେ ପ୍ରଶ୍ନ ଉଠିଥିଲା । ଏଏପି ସରକାରୀ ମନ୍ତ୍ରୀ, ଏମ୍‌ପି ଏବଂ ଅନ୍ୟମାନେ କ୍ରମାଗତ ଭାବରେ ଦାବି କରୁଛନ୍ତି, ଅରବିନ୍ଦ କେଜ୍‌ରିୱାଲ ୮.୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ।

ଏହା ପରେ ଅରବିନ୍ଦ କେଜ୍‌ରିୱାଲ୍‌ଙ୍କ ଓଜନ ସମ୍ପର୍କରେ ଚାଲିଥିବା ଦାବି ଉପରେ ତିହାର ଜେଲର ଅଧୀକ୍ଷକ ଦିଲ୍ଲୀ ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖିଛନ୍ତି । ତିହାର ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଖୁଲାସା କରିଛି ଏବଂ ଆପ୍ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ।

ଜେଲ ପ୍ରଶାସନର ରିପୋର୍ଟ ଅନୁଯାୟୀ, କେଜ୍ରିୱାଲଙ୍କ ଓଜନ ସାଢେ ୮ କିଲୋ ହ୍ରାସ ହୋଇନାହିଁ । ଜୁନ୍ ୨ ରେ ସେ ପୁଣି ଜେଲକୁ ଫେରିବା ପରେ ତାଙ୍କ ଓଜନ ମାତ୍ର ୨ କିଲୋଗ୍ରାମ ହ୍ରାସ ପାଇଥିଲା । ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଜାଣିଶୁଣି ନିଜର ଓଜନ ହ୍ରାସ କରୁଛନ୍ତି ।

Get real time updates directly on you device, subscribe now.