fbpx

ତିନି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ରଥ ଟଣାକୁ ଅପେକ୍ଷା

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର, ପରେ ମା’ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ରଥକୁ ବିରାଜିଥିଲେ । ବର୍ତ୍ତମାନ ରଥ ଉପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଛେରା ପହଁରା ନୀତି ଶେଷ କରିଛନ୍ତି ।

ଗୁଣ୍ଡିଚା ମନ୍ଦିର ବିଜେ ସମୟରେ ଘଟିଥିବା ଅଘଟଣକୁ ଦୃଷ୍ଟିରେ ରଖି ଏଥର ରଥ ଉପରକୁ ସେବାୟତମାନେ ମୋବାଇଲ ନେଇ ପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ସେପଟେ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେବାୟତ ହୁଅନ୍ତୁ କିମ୍ବା ଭକ୍ତ ସମସ୍ତେ ସରକାରଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଥିବା ଏସଓପିରେ କୁହାଯାଇଛି ।

Get real time updates directly on you device, subscribe now.