fbpx

ଆପଣଙ୍କ ନାମରେ ଅଧିକ ସିମକାର୍ଡ ରେଜିଷ୍ଟର୍ଡ ଅଛି କି? ତେବେ ୨ ଲକ୍ଷ ଜରିମାନା ସହ ଯିବାକୁ ପଡିବ ଜେଲ, ଶିଘ୍ର କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ନିଜ ନାମରେ ଅନେକ ସିମକାର୍ଡ ନେବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଟେଲିକମ ଆଇନ ଦ୍ୱାରା ନିର୍ଦ୍ଧାରିତ ସୀମାରୁ ଅଧିକ ସିମ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅଧିକ ଜରିମାନା ଦେବାକୁ ପଡିବ । ବରମ୍ବାର ନିୟମକୁ ଉଲ୍ଲଘଂନ କଲେ ଆପଣଙ୍କୁ ଜେଲ ଯିବା ପାଇଁ ପଡିବ । ଏହା ଜାଣିବା ଜରୁରୀ ଯେ, ଆପଣ କେତେ ସିମ କାର୍ଡ ବ୍ୟବହାର କରିପାରିବେ ଏବଂ ଅନଲାଇନରେ ଆପଣଙ୍କ ନାମରେ କେତେ ସିମକାର୍ଡ ରେଜିଷ୍ଟର୍ଡ ଅଛି ତାହା କିପରି ଯାଞ୍ଚ କରିବେ । ଆସନ୍ତୁ ଜାଣିବା..

ଆପଣ ନିଜ ନାମରେ କେତେ ସିମ କାର୍ଡ ବ୍ୟବାହର କରିପାରିବେ?
ଜଣେ ବ୍ୟକ୍ତି ଦ୍ୱାରା ବ୍ୟବହାର କରାଯିବା ସିମ କାର୍ଡର ସଂଖ୍ୟା ଏହି କଥା ଉପରେ ନିର୍ଭର କରିଥାଏ ସେ ସିମ କାର୍ଡ କେଉଁଠାକୁ ନେଇ ଯାଉଛି । ଗ୍ରାଣ୍ଟ ଥାର୍ନଟନ ଭାରତର ପାର୍ଟନର ନିତିନ ଆରୋଡା କହିଛନ୍ତି ଯେ, ଜାମ୍ମୁ ଏବଂ କାଶ୍ମୀର, ଆସାମ ଏବଂ ଏଲଏସଏକୁ ଛାଡି, ପ୍ରତି ବ୍ୟକ୍ତି ନଅଟି ସିମ କାର୍ଡ ବ୍ୟବହାର କରିବା ପାଇଁ ଧାର୍ଯ୍ୟ କରାଯାଇଛି, ଏବଂ ଏହା ୬ ପର୍ଯ୍ୟନ୍ତ ସୀମିତ ।

ନୂଆ ଦୂରସଂଚାର ଅଧିନିୟମ, ୨୦୨୩ ଜଣେ ବ୍ୟକ୍ତିଙ୍କ ଦ୍ୱାରା ରଖାଯାଇଥିବା ସିମକାର୍ଡର ଅଧିକ ସଂଖ୍ୟା ବିଷୟରେ ଉପରୋକ୍ତ ନିୟମ ଉପରେ ପ୍ରଭାବ ପକାଉଥିଲା । ଏହାକୁ ସ୍ପଷ୍ଟ କରି, ସିରିଲ ଅମରଚନ୍ଦ ମଙ୍ଗଳଦାସର ପାର୍ଟନର ଅରୂଣ ପ୍ରଭୁ କହିଛନ୍ତି ଯେ, ଦୂରସଂଚାର ଅଧିନିୟମ ୨୦୨୩ କୌଣସି ବ୍ୟକ୍ତି ଦ୍ୱାରା ରଖାଯାଇଥିବା ସିମ କାର୍ଡର ସଂଖ୍ୟା ଉପରେ କୌଣସି ବିଶେଷ ସୀମା ନିର୍ଦ୍ଧାରିତ କରିନଥାଏ । ବାସ୍ତବରେ, ଏହା ଗ୍ରାହକ ଯାଞ୍ଚ ଉପରେ ବିଦ୍ୟମାନ ନିୟମକୁ ପ୍ରଭାବିତ କରିଥାଏ ।

ନୂଆ ଟେଲିକମ ଆଇନରେ ଜଣେ ବ୍ୟକ୍ତି ସର୍ବାଧିକ ସଂଖ୍ୟକ ସିମ କାର୍ଡ ଉପରେ କୌଣସି ସୀମା ନିର୍ଦ୍ଧିଷ୍ଟ କରିନାହାନ୍ତି । ତେଣୁ ଏହି କ୍ଷେତ୍ରରେ ବିଦ୍ୟମାନ ନିୟମ ଲାଗୁ କରାଯିବ । ଡିଏସକେ ଲିଗାଲ ଓକିଲ ଅଭିଷେକ ମିତ୍ରା କହିଛନ୍ତି ଯେ, ନୂଆ ଦୂରସଂଚାର ଅଧିନିୟମ ୨୦୨୩ ରେ କୌଣସି ସୀମା ନାହିଁ ବୋଲି କୁହାଯାଇଛି । ବର୍ତ୍ତମାନ ସମୁଦାୟ ସୀମା ୯ ରହିଛି । ଜାମ୍ମୁ-କାଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବ ପାଇଁ ସୀମା ୬ ଅଟେ ।

ଯଦି କୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରନ୍ତି, ତେବେ ପ୍ରଥମ ଥର ଅପରାଧ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ। ଏହାପରେ ପ୍ରତ୍ୟେକ ଉଲ୍ଲଂଘନ ପାଇଁ ଜରିମାନା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇପାରେ। ଏହା ବ୍ୟତୀତ ଯଦି ଆପଣ ଆଇନ ଅମାନ୍ୟ କରନ୍ତି ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ। ଏହିପରି ଅପରାଧ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ।

ଟେଲିକମ୍ ଅପରେଟରମାନେ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ସିମ୍ କାର୍ଡ ସଂଖ୍ୟାକୁ ସହଜରେ ଟ୍ରାକ୍ କରିପାରିବେ। ଯଦି କେହି ଆପଣଙ୍କ ନାମରେ ସିମ୍ କାର୍ଡ ନେଉଛନ୍ତି, ତେବେ ଏହି ଅପବ୍ୟବହାରକୁ ତୁରନ୍ତ ଚିହ୍ନଟ କରିବା ଏବଂ ରିପୋର୍ଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟେଲି ଯୋଗାଯୋଗ ବିଭାଗ (DoT) ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ନାମରେ କେତେ ସିମ୍ କାର୍ଡ ପଞ୍ଜିକୃତ ହୋଇଛି ତାହା ଯାଞ୍ଚ କରିବା ପାଇଁ ଏକ ପୋର୍ଟାଲ୍ ପ୍ରଦାନ କରିଥାଏ। ନିୟମିତ ଭାବରେ ଏହି ସୂଚନା ଉପରେ ନଜର ରଖିବା ଦ୍ୱାରା, ଆପଣ ନିଜକୁ ସମ୍ଭାବ୍ୟ ଠକାମିରୁ ରକ୍ଷା କରିପାରିବେ।

ଯେଉଁମାନେ ପୂର୍ବରୁ ଅନୁମତି ପ୍ରାପ୍ତ ସଂଖ୍ୟା ଠାରୁ ଅଧିକ ସିମ୍ କାର୍ଡ ଧାରଣ କରିଛନ୍ତି ସେମାନଙ୍କ ପାଇଁ, DoT ପୁନଃ- ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। ଡିସେମ୍ବର ୭, ୨୦୨୧ ପରଠାରୁ, ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଥିବା ବ୍ୟକ୍ତିମାନଙ୍କୁ ପୁନଃ ଯାଞ୍ଚ ପାଇଁ ଫ୍ଲାଗ୍ କରାଯାଇଛି ଏବଂ ତିନୋଟି ବିକଳ୍ପ ଦିଆଯାଇଛି: ଆତ୍ମସମର୍ପଣ, ସ୍ଥାନାନ୍ତର କିମ୍ବା ଯୋଗାଯୋଗ ଠାରୁ ଦୁରେଇ ରୁହନ୍ତୁ ।

କିପରି ଚେକ କରିବେ?
-www.sancharsathi.gov.in ଲିଙ୍କକୁ ଯାଆନ୍ତୁ ।
-ହୋମପେଜରେ ଅପସନ ଚୟନ କରନ୍ତୁ ।
-ମୋବାଇଲ କନେକ୍ସନକୁ ସିଲେକ୍ଟ କରନ୍ତୁ ।
-ନୂଆ ପେଜରେ ଟେ ଡିଜିଟ ଫୋନ ନମ୍ବର ଆଡ କରନ୍ତୁ ।
-କାପଚାକୋଡକୁ ଟାଇପ କରନ୍ତୁ ।
-ରିସିଭ କରିଥିବା ଓଟିପିକୁ ଏଣ୍ଟର କରନ୍ତୁ ।
-ଏକ ନୂଆ ପେଜ ଡିସପ୍ଲେରେ ଦେଖାଯିବ, ଯେଉଁଥିରେ ଦେଖିପାରିବେ ଆପଣଙ୍କର କେତୋଟି ନମ୍ବର ରେଜିଷ୍ଟର ହୋଇଛି ।

Get real time updates directly on you device, subscribe now.