ଗର୍ଭାବସ୍ଥାରେ ଡେଙ୍ଗୁ ହେବା ଗର୍ଭସ୍ଥ ଶିଶୁ ପାଇଁ ସୃଷ୍ଟି କରେ ବଡ଼ ବିପଦ; ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ବର୍ଷାଦିନେ ମଶାଙ୍କ ବଂଶ ବୃଦ୍ଧି ଯୋଗୁଁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ଖୁବ୍ ଦ୍ରୁତ ଗତିରେ ବ୍ୟାପିଥାଏ। ଗତ କିଛି ଦଶନ୍ଧି ମଧ୍ୟରେ ମୌସୁମୀ ଋତୁରେ ଡେଙ୍ଗୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଡେଙ୍ଗୁ ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇଥିଲେ ମଧ୍ୟ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ। ଗର୍ଭାବସ୍ଥାରେ ଡେଙ୍ଗୁ ସଂକ୍ରମଣ ମା’ ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଅନେକ ବିପଦ ସୃଷ୍ଟି କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଡେଙ୍ଗୁ ଜ୍ୱର ହେଲେ ଗର୍ଭସ୍ଥ ଶିଶୁ କେଉଁ ପ୍ରକାର ବିପଦର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଗର୍ଭାବସ୍ଥାରେ କୌଣସି ମହିଳାଙ୍କୁ ଡେଙ୍ଗୁ ସଂକ୍ରମଣ ହୁଏ ତେବେ ଏହା ସହିତ ପେଟରେ ବଢୁଥିବା ଶିଶୁର ବୃଦ୍ଧି ମଧ୍ୟ ପ୍ରଭାବିତ ହୋଇଥାଏ। ଡେଙ୍ଗୁ ହେଲେ ମା’ ଗର୍ଭରେ ବଢୁଥିବା ଶିଶୁକୁ ମଧ୍ୟ କମ୍ ଜନ୍ମ ହାରର ସମ୍ମୁଖୀନ ହେବାକୁ ପଡିପାରେ। ଡେଙ୍ଗୁ ସହିତ ଗର୍ଭସ୍ଥ ଶିଶୁର ରକ୍ତସ୍ରାବ ଅର୍ଥାତ୍ ମସ୍ତିଷ୍କରେ ରକ୍ତସ୍ରାବ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ।

ଯଦି ମା’ଙ୍କୁ ଡେଙ୍ଗୁ ହୁଏ, ତେବେ ଶିଶୁର ଅକାଳ ପ୍ରସବ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାବ୍ୟତୀତ ଡେଙ୍ଗୁ ଅଧିକ ଖରାପ ହେଲେ ପ୍ରଥମ ତ୍ରୈମାସିକରେ ଗର୍ଭପାତ ହେବାର ଆଶଙ୍କା ରହିଥାଏ। ଆପଣଙ୍କୁ କହିରଖୁଛୁ ଯେ ମା’ଙ୍କୁ ଡେଙ୍ଗୁ ହେଲେ ପିଲାଙ୍କ ଠାରେ ଅସ୍ଥିରତା ଭଳି ଭର୍ଟିକାଲ ଟ୍ରାନ୍ସମିସନ ହେବାର ଆଶଙ୍କା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ।