fbpx

ଘରେ ଏହି ସହଜ ଉପାୟରେ ଚାଷ କରନ୍ତୁ ଷ୍ଟ୍ରବେରୀ, ଆଉ ବଜାରରୁ କିଣିବାକୁ ପଡିବ ନାହିଁ ଏହି ମହଙ୍ଗା ଫଳ

ନୂଆଦିଲ୍ଲୀ: ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଷ୍ଟ୍ରବେରୀ ବହୁତ ଭଲ ଲାଗିଥାଏ । ହେଲେ ବଜାରରେ ଅଧିକ ମୂଲ୍ୟରେ ଏହାକୁ ବିକ୍ରି କରାଯାଇଥାଏ । ହେଲେ ଆପଣଙ୍କୁ ନିଜ ଘରେ ସହଜ ଉପାୟରେ ଲଗାଇପାରିବେ । ଆସନ୍ତୁ ଜାଣିବା କିପରି କରିବେ ଷ୍ଟ୍ରବେରୀ ଚାଷ ।

ଯଦି ଆପଣ ନିଜ ଘରେ ଷ୍ଟ୍ରବେରୀ ଚାଷ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଭଲ ଫୁଲ କୁଣ୍ଡ ବାଛନ୍ତୁ । ଏହାର ଗଭୀରତା ୮ ଇଞ୍ଚ ଏବଂ ଚଉଡା ୧୦-୧୨ ଇଞ୍ଚ ହୋଇଥିବା ଆବଶ୍ୟକ । ଷ୍ଟ୍ରବେରୀରେ ଭିଟାମିନ ସି, ଭିଟାମିନ ଏ ଏବଂ କେ ଭରପୁର ମାତ୍ରା ରହିଥାଏ । ଏହା ତ୍ୱଚାରେ ଦାଗ ଏବଂ ରିଙ୍କଲ୍ସକୁ ଦୂର କରିଥାଏ ।

ଷ୍ଟ୍ରବେରୀକୁ ଯେକୌଣସି ସ୍ଥାନରେ କଣ୍ଟେନର ବା ହ୍ୟାଙ୍ଗିଙ୍ଗ ପର୍ଟରେ ଲଗାଯାଇପାରିବ । ହେଲେ ଏହାକୁ ଏପରି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଖରା ଭଲଭାବେ ପଡୁଥିବ । ଯଦି ଆପଣଙ୍କ ସ୍ଥାନରେ କମ ଖରା ଆସିଥାଏ, ତେବେ ସେଠାରେ ଆଲପାଇନ ଷ୍ଟ୍ରବେରୀ ହେବ । ଷ୍ଟ୍ରବେରୀ ପାଇଁ ମାଟିଆ ମାଟି ଆବଶ୍ୟକ । ଯାହା ଖୁବଶିଘ୍ର ପାଣିକୁ ଶୋଷିନେଉଥିବ । ଜୈବ ସାମଗ୍ରୀ ଯେପରିକି କମ୍ପୋଷ୍ଟ, ପାଇଟ, ତିଡ ଏବଂ ଗ୍ରୀଟ ମିଶ୍ରଣ କରନ୍ତୁ ।

ଷ୍ଟ୍ରବେରୀ ଗଛକୁ କୀଟ ପତଙ୍ଗଠାରୁ ରକ୍ଷା କରିବା ପାଇଁ ନେଟ କଭେ କରାଯାଇପାରିବ । ଗଛକୁ ପ୍ରତି ୧୫ ଦିନ ପରେ କମ୍ପୋଷ୍ଟ ବା କିଚେନ ବେଷ୍ଟ ଫର୍ଟିଲାଇଜର ଦେବା ଆବଶ୍ୟକ । ଫେବୃଆରୀ-ମାର୍ଚ୍ଚ ପର୍ଯ୍ୟନ୍ତ ଷ୍ଟ୍ରବେରୀ ଫଳ ଦେଇଥାଏ । ହେଲେ ହାର୍ଭେଷ୍ଟିଙ୍ଗ ପରେ ମଧ୍ୟ ଗଛର ଯତ୍ନ ନେବାକୁ ପଡିବ ।

Get real time updates directly on you device, subscribe now.