fbpx

Big Breaking: ଆସନ୍ତାକାଲି ଅନୁଷ୍ଠିତ ହେବ ସୁନାବେଶ, ନୀତି ନିର୍ଘଣ୍ଟ

ପୁରୀ: ବର୍ତ୍ତମାନ ପୁରୀ ମହାପ୍ରଭୁଙ୍କ ବଡ଼ ଉତ୍ସବ ପାଇଁ ପ୍ରକମ୍ପିତ ହେଉଛି । ମହାପ୍ରଭୁଙ୍କ ରଥଯାତ୍ରା ପରେ ଗତକାଲି ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ଅର୍ଥାତ ମଙ୍ଗଳବାର ଦିନ ତିନି ଠାକୁରଙ୍କର ସୁନାବେଶ ହୋଇଥାଆନ୍ତା। ତେବେ ଏହାରି ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଆସିଛି ଯେ, ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବ ।

ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା କାଲି ସକାଳ ୬ଟାରେ ମଙ୍ଗଳ ଆଳତି ନୀତି କରାଯିବ । ଦିନ ୧୦ଟା ୩୦ ସୁଦ୍ଧା ଗୋପାଲବଲଭ ଭୋଗ ନୀତି ରହିଛି । ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ । ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ସୁନାବେଶ ହେବ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶରେ ଦର୍ଶନ ଦେବେ ତିନି ଠାକୁର ।

Get real time updates directly on you device, subscribe now.