fbpx

ସୁନାବେଶ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ, ରେଳବାଇ ପକ୍ଷରୁ ନିଆଗଲା ନିଷ୍ପତ୍ତି

ପୁରୀ: ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ ଗଡିବା ଖବର ସାମ୍ନାକୁ ଆସିଛି । ଏନେଇ ରେଳବାଇ ପକ୍ଷରୁ ୪୩ଟି ସ୍ୱତନ୍ତ୍ର ଟ୍ରେନ ଗଡିବ ବୋଲି ସୂଚନା ରହିଛି । ସେହିପରି ଅଧରପଣା ନୀତି ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ ଗଡିବ ବୋଲି ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସୁନାବେଶ ପାଇଁ ଭିଡକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ, ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା କାଲି ସକାଳ ୬ଟାରେ ମଙ୍ଗଳ ଆଳତି ନୀତି କରାଯିବ । ଦିନ ୧୦ଟା ୩୦ ସୁଦ୍ଧା ଗୋପାଲବଲଭ ଭୋଗ ନୀତି ରହିଛି । ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ । ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ସୁନାବେଶ ହେବ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶରେ ଦର୍ଶନ ଦେବେ ତିନି ଠାକୁର ।

Get real time updates directly on you device, subscribe now.