fbpx

NITI ଆୟୋଗର ନୂତନ ଟିମ୍ ଗଠିତ; ଅଧ୍ୟକ୍ଷ ହେବେ ପ୍ରଧାନମନ୍ତ୍ରୀ ମୋଦୀ, ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବରେ ତାଲିକାରେ ଏହି ମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ନୀତି ଆୟୋଗର ନୂତନ ଟିମ୍ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟିମର ଅଧ୍ୟକ୍ଷ ରହିଥିବା ବେଳେ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ସୁମନ ବେରୀ । ନୀତି ଆୟୋଗର ଏହି ଟିମରେ ୪ ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଅଛନ୍ତି ଯଥା ଭିକେ ସାରଶ୍ୱତ, ପ୍ରୋଫେସର ରମେଶ ଚନ୍ଦ, ଡା. ଭିକେ ପାଲ ଏବଂ ଅରବିନ୍ଦ ବିରମାନୀ । ସେହିପରି ନୀତି ଆୟୋଗରେ Ex officio ସଦସ୍ୟ ଭାବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ଥାନ ମିଳିଛି ।

ନୀତି ଆୟୋଗରେ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବରେ କେନ୍ଦ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ହେୱି ଇଣ୍ଡଷ୍ଟ୍ରିଜ୍ ମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଏବଂ ଏମଏସଏମଇ ମନ୍ତ୍ରୀ ଜିତନ ରାମ ମାଂଝୀଙ୍କୁ ସ୍ଥାନ ଦିଆଯାଇଛି । ଏହା ସହ ପଂଚାୟତି ରାଜ ମନ୍ତ୍ରୀ ରାଜୀବ ରଂଜନ ଏବଂ ଲଲନ ସିଂହ, ସାମାଜିକ ନ୍ୟାୟ ମନ୍ତ୍ରୀ ବିରେନ୍ଦ୍ର କୁମାର, ଉନ୍ନୟନ ମନ୍ତ୍ରୀ କେ. ରାମ ମୋହନ ନାୟଡୁ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ, ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାସୱାନ ଏବଂ ରାଜ୍ୟମନ୍ତ୍ରୀ ରାଓ ଇନ୍ଦରଜିତ ସିଂଙ୍କୁ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବରେ ଚୟନ କରାଯାଇଛି । ସେହିପରି ନୀତି ଆୟୋଗର ଏହି ନୂତନ ଟିମରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ NDA ମେଣ୍ଟର ସହଯୋଗୀ ଦଳ ନେତାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ଏହି ଟିମରେ ଜନତା ଦଳ ସିକ୍ୟୁଲାରର ଏଚ୍‌ଡି କୁମାରସ୍ୱାମୀ ଏବଂ ରାଜୀବ ରଂଜନ ସିଂହ, ତେଲୁଗୁ ଦେଶମ ପାର୍ଟିର ରାମ ମୋହନ ନାୟଡୁ ଏବଂ ଲୋକ ଜନଶକ୍ତି ପାର୍ଟି ରାମବିଲାସ କେ. ଚିରାଗ ପାସୱାନଙ୍କ ନାଁ ସାମିଲ ଅଛି ।

Get real time updates directly on you device, subscribe now.