fbpx

କ୍ରୀଡ଼ା ଜଗତ ନିରାଶ: ଇରଫାନ ପଠାନ ଓ ପାର୍ଥିବ ପଟେଲଙ୍କ ସହ ଖେଳିଥିବା ପୂର୍ବତନ କ୍ରିକେଟରଙ୍କଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ନିରାଶାଜନକ ଖବର । ଜଣେ ପୂର୍ବତନ କ୍ରିକେଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଖେଳାଳି ଜଣଙ୍କ ଇରଫାନ ପଠାନ, ପାର୍ଥିବ ପଟେଲ ଓ ମନବିନ୍ଦର ବିସଲାଙ୍କ ପରି ଅନେକ ଭାରତୀୟ ଖେଳାଳିଙ୍କ ସହିତ କ୍ରିକେଟ ଖେଳିଛନ୍ତି । ଏହି ପୂର୍ବତନ ଅଧିନାୟକଙ୍କୁ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ପତ୍ନୀ ଓ ପିଲାଙ୍କ ସାମ୍ନାରେ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୪୧ ବର୍ଷୀୟ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମିକା ନିରୋଶନାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୂର୍ବରୁ ଧାମିକା ଶ୍ରୀଲଙ୍କାର ଅଣ୍ଡର-୧୯ ଟିମର ଅଧିନାୟକ ଥିଲେ । ଗତକାଲି ରାତିରେ ଧାମିକାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ପତ୍ନୀ ଓ ପିଲାଙ୍କ ସାମ୍ନାରେ ଗୁଳି କରିଥିଲେ । ଏହି ହୃଦୟ ବିଦାରକ ଘଟଣାରେ ସମଗ୍ର କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି । ଧାମିକା ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ, ଇରଫାନ ପଠାନଙ୍କ ସହିତ ମ୍ୟାଚ ଖେଳିଥିଲେ ।

ଏହି ହତ୍ୟା କିଏ ଓ କାହିଁକି କଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନାହିଁ । ଧାମିକା ଗଲର ଅମ୍ମାଲନଗୋଡାରେ ରହୁଥିଲେ । ଧାମିକା ଶ୍ରୀଲଙ୍କାରେ ସିନିୟର ଟିମରେ ନିଜର ସ୍ଥାନ ସୁରକ୍ଷିତ କରିପାରିନଥିଲେ । ଏହି ବାମହାତୀ ଦ୍ରୁତ ବୋଲର ଜଣେ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ । ସେ ୨୦୦୧ରୁ ୨୦୦୪ ମଧ୍ୟରେ ଗଲ କ୍ରିକେଟ କ୍ଲବରେ ୧୨ ପ୍ରଥମ ଶ୍ରେଣୀ ମ୍ୟାଚ ଓ ୮ ଲିଷ୍ଟ ଏ ମ୍ୟାଚ ଖେଳିଥିଲେ । ୨୦୦୦ରେ ସେ ଶ୍ରୀଲଙ୍କାର ଅଣ୍ଡର-୧୯ରେ ଡେବ୍ୟୁ କରିଥିଲେ । ଦୁଇବର୍ଷ ମଧ୍ୟରେ ସେ ୧୦ଟି ମାଚ ଖେଳିବା ସହ ଅଧିନାୟକ ପଦରେ ମଧ୍ୟ ରହିଥିଲେ । ୨୦୦୪ରେ ସେ ସନ୍ନ୍ୟାସ ଘୋଷଣା କରିଥିଲେ ।

Get real time updates directly on you device, subscribe now.