fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯିବା ଖବର ସାମ୍ନାକୁ ଆସିଛି । ଦୀର୍ଘ ୨୫ ବର୍ଷ ଭିତରେ ସେ ରାଜ୍ୟ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ସୁଦ୍ଧା ବର୍ତ୍ତମାନ ମଞ୍ଚେଶ୍ୱର ଥାନାରେ ତାଙ୍କ ନାମରେ ଅଭିଯୋଗ ଆସିଛି । ଏହି ଏତଲା ନିଖିଳ ଓଡ଼ିଶା ଠିକାଦାର ମହାସଂଘଙ୍କ ଦ୍ୱାରା ନିଆଯାଇଛି । ସୂଚନା ଅନୁଯାୟୀ, ନବୀନଙ୍କ ସହ ଦଳର ୬ ନେତା, ପୂର୍ତ୍ତ ସଚିବଙ୍କ ନାଁରେ ଏତଲା ଦିଆଯାଇଛି । ପ୍ରତିଶ୍ରୁତି ସତ୍ତ୍ୱେ ଦାବି ପୂରଣ କରାଯାଇନଥିବାରୁ ମହାସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

Get real time updates directly on you device, subscribe now.