fbpx

ସୋସିଆଲ ମିଡିଆରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ମଜାକ୍ ଉଡ଼ାଇବା ପଡ଼ିଲା ମହଙ୍ଗା, ଦେବାକୁ ପଡ଼ିବ ୫ ହଜାର ୟୁରୋ ଜରିମାନା

ରୋମ୍‌: ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ(Giorgia Meloni)ଙ୍କ ମଜାକ୍ ଉଡ଼ାଇବା ଜଣେ ସାମ୍ବାଦିକାଙ୍କୁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ଜଣେ ସାମ୍ବାଦିକା ମେଲୋନୀଙ୍କ ଉଚ୍ଚତାକୁ ନେଇ ମଜାକ୍ ଉଡ଼ାଇଥିଲେ । ଏହି ମାମଲାରେ କୋର୍ଟ ଉକ୍ତ ସାମ୍ବାଦିକାଙ୍କ ଉପରେ ୫ ହଜାର ୟୁରୋ ଜରିମାନା ଲଗାଇଛନ୍ତି । ଏହି ଜରିମାନା ରାଶି ସାମ୍ବାଦିକା ମେଲୋନୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟରୁ ପ୍ରକାଶ ଉକ୍ତ ସାମ୍ବାଦିକାଙ୍କ ଉପରେ ପୂର୍ବରୁ ଅନେକ ମାମଲା ରେକର୍ଡ଼ ହୋଇଛି ଯଦ୍ୱାରା ବିଶ୍ୱ ପ୍ରେସ୍ ସୂଚକାଙ୍କରେ ଇଟାଲି ତଳକୁ ଖସି ଆସିଛି ।

ସେହିପରି ୨୦୨୧ରେ ଗିଉଲିୟା କାର୍ଟେସ୍ ନାମକ ଜଣେ ପତ୍ରକାର ମେଲୋନୀଙ୍କ ଉଚ୍ଚାକୁ ନେଇ ‘ଏକ୍ସ’ରେ ଏକ ଟ୍ୱିଟ୍ କରିଥିଲେ । କୋର୍ଟ ଏହାକୁ ‘ବଡି ଶେମିଂ’ ଭାବରେ ପରିଭାଷିତ କରିଥିଲେ । ଏକ ଟ୍ୱିଟରେ ସେ ଲେଖିଥିଲେ, ‘ମୋତେ ଡରାଅନି ଜର୍ଜିଆ ମେଲୋନୀ । ତୁମେ କେବଳ ୪ ଫୁଟର । ମୁଁ ତୁମକୁ ଦେଖି ବି ପାରୁନି ।’ କହିରଖୁଛୁ ତାଙ୍କ ଉପରେ ୧୨୦୦ ୟୁରୋ(ଭାରତୀୟ ମୁଦ୍ରାରେ ୧,୦୯,୩୩୬ ଟଙ୍କା)ର ସସ୍ପେଣ୍ଡେଣ୍ଡ୍ ଫାଇନ୍ ଲଗାଯାଇଥିଲା । ଅପରପକ୍ଷେ କୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କାର୍ଟେସ୍ ଗୁରୁବାର ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଥିଲେ, ‘ଇଟାଲି ସରକାରଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସାମ୍ବାଦିକତା ଅସନ୍ତୋଷ ସହ ଗମ୍ଭୀର ସମସ୍ୟା ରହିଛି ।’ ଇଟାଲୀରେ ସ୍ୱାଧୀନ ସାମ୍ବାଦିକଙ୍କ ପାଇଁ ଏହା ଏକ କଠିନ ସମୟ । ଆସନ୍ତୁ ଭଲ ଦିନ ପାଇଁ ଆଶା କରିବା । ଆମେ ହାର୍ ମାନିବୁ ନାହିଁ ।

Get real time updates directly on you device, subscribe now.