fbpx

ଆଜି ରାତି ୯ଟାରୁ ପୁରୀରେ ସଟଡ଼ାଉନ

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ଆଜି ରାତି ୯ଟାରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ । ରାତି ୯ଟା ପରେ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ ହେବି । ଆଜି ରାତିରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସଟଡ଼ାଉନ ରହିବ ପୁରୀ । ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଯୋର ଦାରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ତିନି ରଥ ଅଣାଯାଇଛି ।

Get real time updates directly on you device, subscribe now.