fbpx

AI ପାଇଁ ଚାଲିଯିବକି ସମସ୍ତଙ୍କ ଚାକିରି? ଅର୍ଥ ମନ୍ତ୍ରୀ କହିଦେଲେ ଏହି ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅର୍ଥାତ ମଙ୍ଗଳବାର ଦିନ ନିଜ ବଜେଟ ଜାରି କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସରକାର ଅର୍ଥନୈତିକ ସର୍ବେକ୍ଷଣ ଜାରି କରିବେ, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ସୂଚନା ଦିଆଯାଇଛି । ଏଥିସହ ଏହା ମଧ୍ୟ କୁହାଯାଇଛି ଯେ, ଏହା ରୋଗଜାଗ ଉପରେ କେଉଁ ପ୍ରଭାବ ପକାଇବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ବେକ୍ଷଣ ଜାରି କରି ଏଆଇକୁ ନେଇ କହିଛନ୍ତି ଯେ, ଏହା ଚାକିରି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ଏବଂ ଦକ୍ଷତା ସ୍ତରରେ ଚାକିରିର ଅନିଶ୍ଚିତତାର ସାମ୍ନା କରିବାକୁ ପଡିପାରେ ।

ଅର୍ଥନୈତିକ ସର୍ବେକ୍ଷଣ ମୁତାବକ, ଏଆଇ ପାଇଁ ଉତ୍ପାଦନ ବଢିପାରେ ହେଲେ ଏହା ରୋଜଗାର ଉପରେ ଖରାପ ପ୍ରଭାବ ପକାଇପାରେ । ଏଥିସହ ଏଆଇ ଯୋଗୁଁ ଭବିଷ୍ୟତରେ କର୍ମକ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଗ୍ଲୋବାଲ ଇକୋନୋମିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ସର୍ବେକ୍ଷଣରେ କୁହାଯାଇଛି ଯେ, ଏହି ପରିବର୍ତ୍ତନ ଭାରତକୁ ଛୁଇଁବ ନାହିଁ । ଯେପରି ସାମାନ୍ୟ ଉଦ୍ଦେଶ୍ୟକୁ ନେଇ ଏହାକୁ ଟେକ୍ନିକ ଭାବେ ମାନ୍ୟତା ଦିଆଯିବ ସେହିପରି ଏହାକୁ ଖୁବଶିଘ୍ର ସ୍ୱୀକାର କରାଯିବ ।

Get real time updates directly on you device, subscribe now.