ବଜେଟରେ NPSକୁ ନେଇ ବଡ଼ ଘୋଷଣା: ଏଣିକି କର୍ମଚାରୀଙ୍କ ବେସିକ ସାଲାରୀରୁ ୧୦ ପ୍ରତିଶତ ନୁହେଁ, ୧୪ ପ୍ରତିଶତ କଟିବ

ନୂଆଦିଲ୍ଲୀ: ଚଳିତ କେନ୍ଦ୍ର ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସନାଲ ପେନସନ ସ୍କିମ (ଏନପିଏସ)କୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଏନପିଏସ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳଳେ କର୍ମଚାରୀମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଇନକମ ଟ୍ୟାକ୍ସରେ ଆଶ୍ୱସ୍ତି ଦିଆଯିବା ସହ ସରକାର ଏଞ୍ଜଲ ୱାନ ପରି ଟ୍ୟାକ୍ସକୁ ସମାପ୍ତ କରିଛନ୍ତି । ଏଥିସହିତ ନ୍ୟୁ ଟ୍ୟାକ୍ସ ରିଜିମ ଅଧିନରେ ଟ୍ୟାକ୍ସ ସ୍ଲାବରେ ମଧ୍ୟ ପରିବର୍ତ୍ତନ କରିଛନ୍ତି, ଯାହାଦ୍ୱାରା ପୂର୍ବାପେକ୍ଷା ଅଧିକ ଟ୍ୟାକ୍ସ ସେଭିସିଂ ହୋଇପାରିବ ।

ଅର୍ଥମନ୍ତ୍ରୀ ଜୁଲାଇ ୨୪ରେ ନିଜର ବଜେଟ ଭାଷଣରେ ଏନପିଏସର କଣ୍ଟ୍ରିବ୍ୟୁସନ ସୀମା ବୃଦ୍ଧି କରିଛନ୍ତି । ଏଣିକି କର୍ମଚାରୀଙ୍କୁ ବେସିକ ସାଲାରୀରୁ ୧୦ ପ୍ରତିଶତ ବଦଳରେୁ ୧୪ ପ୍ରତିଶତ କଣ୍ଟ୍ରିବ୍ୟୁସନ ଦେବାକୁ ପଡ଼ିବ । କର୍ମଚାରୀଙ୍କ ବେତନକୁ ୧୪ ପ୍ରତିଶତ ଅର୍ଥ କଟିବା ଫଳରେ ଏହା ସେମାନଙ୍କର ମାସିକ ବଜେଟକୁ ପ୍ରଭାବିତ କରିପାରେ । ଏହାର ସିଧା ଅର୍ଥ ହେଉଛି ଯେଉଁ କର୍ମଚାରୀମାନେ ପୂର୍ବରୁ ଏନପିଏସରେ ୧୦ ପ୍ରତିଶତ କଣ୍ଟ୍ରିବ୍ୟୁସନ ଦେଉଥିଲେ ଏଣିକି ସେମାନଙ୍କୁ ୧୪ ପ୍ରତିଶତ କଣ୍ଟ୍ରିବ୍ୟୁସନ ଦେବାକୁ ପଡ଼ିବ ।

ଯଦି ଆପଣଙ୍କର ବେସିକ ସାଲାରୀ ୫୦ ହଜାର, ତେବେ ଆପଣ ପୂର୍ବରୁ ଏନପିଏସ ସିଷ୍ଟମରେ ମାସିକ ୫ ହଜାର ଯୋଗଦାନ ଦେଉଥିଲେ । ଏଣିକି ଆପଣଙ୍କୁ ମାସିକ ୧୪ ପ୍ରତିଶତ ଅର୍ଥାତ ୭ ହଜାର ଯୋଗଦାନ ଦେବାକୁ ପଡ଼ିବ । ଏହି ଅର୍ଥ ଆପଣଙ୍କର ରିଟାୟାରମେଣ୍ଟ ଫଣ୍ଡରେ ଜମାହେବ । ଅଧିକାଂଶ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜର ବେତନକୁ ନେଇ କଷ୍ଟେମଷ୍ଟେ ପରିଚାଳନା କରିଥାନ୍ତି । ତେଣୁ ଏବେ ସେମାନଙ୍କର ବେତନରୁ ଅଧିକ ଅର୍ଥ କଟିବା ଫଳରେ ତାହା ସେମାନଙ୍କର ମାସିକିଆ ବଜେଟକୁ ବିଗାଡ଼ିପାରେ ।

Get real time updates directly on you device, subscribe now.