୩୨ ଟଙ୍କାରେ ମିଳିବ ଆଳୁ ! ବର୍ଦ୍ଧିତ ଦର ଓ ଚାହିଦାକୁ ନେଇ ଏପରି କହିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଆଳୁର ବର୍ଦ୍ଧିତ ଦର ଅଭାବ କୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର । ରାଜ୍ୟରେ ବୃଦ୍ଧି ପାଉଥିବା ଆଳୁର ଚାହିଦାକୁ ମେଣ୍ଟାଇବା ପାଇଁ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ମନ୍ତ୍ରୀ ଶ୍ରୀ ପାତ୍ର ଭୁବନେଶ୍ୱରସ୍ଥିତ ଆଇଗିଣିଆ ଆଳୁ ଗୋଦାମକୁ ଯାଇସ୍ଥିତିର ଯାଂଚ କରିଛନ୍ତି । ସେ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁର ଚାହିଦାକୁ ପୂରଣ କରିପାରିବ । ଆବଶ୍ୟକ ପଡ଼ିଲେ ଉତରପ୍ରଦେଶରୁ ଆମଦାନୀ କରାଯିବ । ଆଳୁ, ପିଆଜ ଉତ୍ପାଦନ ସହ ଶୀତଳ ଭଣ୍ଡାର ହୋଇ ନ ଥିବାରୁ ଏପରି ସ୍ଥିତି ଉପୁଜିଛି । ତେବେ ଆଳୁ ଆମଦାନୀ କ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ନେଇ ଆଜି ଅପରାହ୍ନରେ ସ୍ଥିତିର ସମୀକ୍ଷା କରାଯିବା ସହ ଏକ ଜରୁରୀ ବୈଠକ ବସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଏ ନେଇ ଆମେ ତାଙ୍କ ସହ ଆଲୋଚନା କରିବୁ । ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନ ହେଉଛି ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଜି ଆଲୋଚନା କରିବୁ । ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ । ଆମେ ଅନୁଧ୍ୟାନ କରିଛୁ ମାର୍କେଟ ରେ ଆଳୁ ରେଟ କମ ଅଛି । ମୁଁ ୫ କେଜି ଆଳୁ ଆଣିଛି ୧୩୫ ଟଙ୍କା ରେ । ଗୋଦାମ ଉପରେ ମୁଁ ଚଢ଼ାଉ କରିଥିଲି ସେଠି ୨୭ ଟଙ୍କା ରହିଛି ଦାମ । ସେହି ଅନୁଯାୟୀ ରିଟେଲ ୩୨ ଟଙ୍କା ରହିବ କଥା । ମୁଁ ସମସ୍ତ ଙ୍କୁ ଅପିଲ କରୁଛି କେହି ୩୨ ଟଙ୍କା ରୁ ଅଧିକ ଟଙ୍କା ରେ ଆଳୁ କେଜି ବିକନ୍ତୁ ନାହିଁ ନ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏହାସହ ଅସାଧୁ ବ୍ୟବସାୟୀ ଙ୍କୁ ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

Get real time updates directly on you device, subscribe now.