fbpx

(Video) ଶ୍ରାବଣ ମାସରେ ଅଲୌକିକ ଦୃଶ୍ୟ: ଘର ଭିତରେ ବିଶାଳ ହୁଙ୍କା, ନାଗ- ନାଗୁଣୀଙ୍କ ସହ ରହୁଛି ପରିବାର

ଓଡ଼ିଶା ଭାସ୍କର: ତାଙ୍କୁ ପୂଜା କରୁଛନ୍ତି କ୍ଷୀର ବି ପିବାକୁ ଦେଉଛନ୍ତି । ଯେଉଁଠି ପରିବାର ଲୋକ ରହୁଛନ୍ତି ସେଇଠି ଭୟଙ୍କର ନାଗ ନାଗୁଣୀ ବି ରହୁଛନ୍ତି । ଘର ଭିତରେ ରହିଛି ବିରାଟ ବିରାଟ ଗୁମ୍ଫା , ଯେଉଁଠି ପାଦ ପକେଇବେ ସେଇଠି ଆପଣଙ୍କୁ ହୁଙ୍କା ନଜର ଆସିବ । ଯେତେ ଭାଙ୍ଗିଲେ ବି ପୁଣି ଥରେ ମୁଣ୍ଡ ଟେକି ଠିଆ ହୋଇ ଯାଉଛନ୍ତି ଏ ରହସ୍ୟମୟ ଗୁମ୍ଫା । ଏମିତି ପୁରା ଘର ସାରା ହୁଙ୍କା ହୋଇ ଯାଇଥିବା ବେଳେମହାଦେବଙ୍କ ମୁର୍ତ୍ତିକୁ ସେ ଘେରି ରହିଛନ୍ତି ନାଗ ନାଗୁଣୀ । ଆପଣମାନଙ୍କୁ ଏହା ଅଜବ ଲାଗୁଥାଇପାରେ । ଆଜିର ବିଜ୍ଞାନ ଯୁଗରେ ଏସବୁ କଣ ସମ୍ଭବ? ଏମିତି ପ୍ରଶ୍ନ ଆପଣଙ୍କ ମନକୁ ଆସୁଥାଇପାରେ । ବାସ୍ତବରେ ଏହି ଘଟଣା ସତ ।

ଆପଣ ଅନେକ ଶିବ ମନ୍ଦିର ଦେଖିଥିବେ ଯେଉଁଠି ଶିବଲିଙ୍ଗକୁ ଘେରି ତମ୍ବା କିମ୍ବା ପିତ୍ତଳ ଧାତୁର ନାଗ ମୂର୍ତ୍ତି ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ଦେଖାଇବୁ ଯାହା କୌଣସି ମନ୍ଦିର ନୁହେଁ । କିନ୍ତୁ ଘର ଭିତରର ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଘର ଭିତରେ ରହିଛି ଶିବ ଲିଙ୍ଗ ଆଉ ଶିବ ଲିଙ୍ଗକୁ ଘେରି ରହିଛି ଅନେକ ହୁଙ୍କା, ଯେଉଁଠି ନାଗ ରାଜ ରହୁଛନ୍ତି । ବଲାଙ୍ଗିର ସହର ଉପକଣ୍ଠ ଲାଲଟିକ୍ରା ନିକଟ ଗୋପବନ୍ଧୁ ନଗର ଠାରେ ରହୁଥିବା ଜୟନ୍ତୀ ବଗର୍ତ୍ତୀଙ୍କ ଘରେ । ଦୀର୍ଘ ୩୨ ବର୍ଷ ହେଲା ଜୟନ୍ତୀ ବଗର୍ତ୍ତୀ ଙ୍କ ଘରେ ଏଭଳି ଶହ ଶହ ହୁଙ୍କା ରହିଛି । ଏଠାରେ ଅନେକ ସାପ ରହୁଥିବା ପରିବାର ଲୋକେ ଓ ସ୍ଥାନୀୟ ପଡାବାସି କହନ୍ତି । ତେବେ ଅନେକ ସମୟରେ ସାପ ମାନେ ଗାତ ଭିତରୁ ବାହାରି ଘରେ ବୁଲୁଥିଲେ ହେଁ ଆଜି ପର୍ଯ୍ୟନ୍ତ କାହାର କିଛି କ୍ଷତି କରିନାହାନ୍ତି ।

ଜୟନ୍ତୀଙ୍କ ସ୍ୱାମୀ ସ୍ୱର୍ଗତ ସନ୍ତୋଷ ବଗର୍ତ୍ତୀ ପୂର୍ବରୁ ସୁଦପଡା ରେ ରହୁଥିଲେ । ୩୨ ବର୍ଷ ପୂର୍ବେ ସେମାନେ ସୁଦପଡା ଛାଡି ଲାଲଟିକ୍ରା ସ୍ଥିତ ଗୋପବନ୍ଧୁ ନଗରରେ ସେମାନେ ଏକ ମାଟି ଘର ତିଆରି କରିଥିଲେ । ସେ ସମୟରେ ତାଙ୍କର ବଡ ପୁଅ ସ୍ୱର୍ଗତ ରାଧାକାନ୍ତ ବଗର୍ତ୍ତୀଙ୍କୁ ୫ ବର୍ଷ ହେଉଥାଏ । ସେ ସୋଇଥବା ବେଳେ ସ୍ୱପ୍ନରେ ଏକ ସାପ ତାଙ୍କ ଘର ଭିତରକୁ ଆସି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପଶି ଯାଉଥିବା ପରିବାର ଲୋକଙ୍କୁ ଜଣାଇଲେ ରାଧାକାନ୍ତ । ବାରମ୍ବାର ଏଭଳି ସ୍ୱପ୍ନ ହେବାରୁ ତାଙ୍କର ମା ଜୟନ୍ତି ବଗର୍ତ୍ତୀ ସ୍ୱପ୍ନରେ ଯେଉଁ ଯାଗାରେ ସାପ ପଶୁଥିଲା ସେହି ସ୍ଥାନରେ ମାଟିର ଏକ ଶିବଲିଙ୍ଗ ସ୍ଥାପନ କରି ପୂଜା କରିବାକୁ ପୁଅକୁ କହିଲେ । କିନ୍ତୁ ସମାୟ ବିତିବା ଭିତରେ ଦେଖା ଗଲା ଯେ ସେହି ସ୍ଥାନରେ ବଡ ବଡ ହୁଙ୍କା ମାନେ ଉଠିଲା । ରାଧାକାନ୍ତ ଙ୍କ ବାପା ସନ୍ତୋଷ ଯେତେ ଥର ହୁଙ୍କା କୁ ଭାଙ୍ଗି ଫିଙ୍ଗିଲେ ପୁଣି ହୁଙ୍କା ହେଉଥାଏ । ପରବର୍ତ୍ତୀ ସମୟରେ ସନ୍ତୋଷଙ୍କୁ ଏକ ସ୍ୱପ୍ନ ହେଲା ଯେଉଁଥିରେ ଶିବଲିଙ୍ଗ ଥିବା ସ୍ଥାନରେ ଦେବ ଦେବ ମହାଦେବ ଗୁପ୍ତେଶ୍ୱର ବାବାଙ୍କ ରୂପରେ ସେଠାରେ ଆବିର୍ଭାବ ହୋଇଥିବା କହିଲେ । ସେହିଦିନ ଠାରୁ ସେମାନେ ଉକ୍ତ ସ୍ଥାନରେ ପୂଜା ଅର୍ଚ୍ଚନା କରିବାକୁ ଲାଗିଲେ ।

କିଛି ବର୍ଷ ପୂର୍ବେ ସନ୍ତୋଷ ଓ ତାଙ୍କ ବଡପୁଅ ରାଧାକାନ୍ତ ଙ୍କ ମୃତ୍ୟୁ ଘଟିଲାପରେ ବଡ଼ ଝିଅ ମିନା ପୂଜା ଦାୟିତ୍ୱ ସମ୍ଭାଳିଛନ୍ତି । ଏପରିକି ଗୁପ୍ତେଶ୍ୱର ବାବାଙ୍କ ସେବା ପାଇଁ ମିନା ଆଜୀବନ ବ୍ରାହ୍ମଚାରିଣି ହୋଇ ରହିବାକୁ ନିଷ୍ପତ୍ତି ନେଇଥୁବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଏଠାରେ ଶୀତଳ ଷଷ୍ଠୀ, ଶିବରାତ୍ରି ଭଳି ବିଭିନ୍ନ ପର୍ବ ପର୍ବାଣି ପାଳନ କରାଯାଉଛି । ତେବେ ବଲାଙ୍ଗିର ସହର ଭିତରେ ଏଭଳି ଏକ ନିଆରା ସ୍ଥାନ ରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଲୋକ ଲୋଚନ କୁ ଆସିପାରିନାହିଁ ।

Get real time updates directly on you device, subscribe now.