fbpx

ଘରେ ସବୁବେଳେ କଳହ ଲାଗି ରହୁଛି କି ? ବାସ୍ତୁଦୋଷ ହିସାବରେ ଏପରି କରନ୍ତୁ ଠିକ୍

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥିବ, ରୋଗବ୍ୟାଧି ଲାଗି ରହୁଥିବ ଇତ୍ୟାଦି। କୁହାଯାଏ, ଏସବୁ କୁଆଡ଼େ ଘରେ ଥିବା ବାସ୍ତୁଦୋଷ ଯୋଗୁ ହୋଇଥାଏ। ତେବେ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…

* ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ ଯେମିତି ଭଲ ଆଲୋକ ପଡିପାରୁଥିବ ସେ ବ୍ୟବସ୍ଥା କରିବା ଦରକାର।

* ରୋଷେଇ ଘରକୁ ସଫା ରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଖାଇବାକୁ ଦେବା ଶୁଭ ହୋଇଥାଏ।

* ସପ୍ତାହକୁ ଥରେ ହେଉନା କାହିଁକି ଘରେ ଝୁଣା ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଊର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ଘରେ କେବେବି ଗୋଟିଏ ରେଖାରେ ତିନୋଟି କବାଟ ରହିବା ଠିକ୍‌ ନୁହେଁ। ଏହା ବି ବାସ୍ତୁ ସମସ୍ୟାକୁ ଡାକି ଆଣିଥାଏ।

* ଘରେ କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇକରି ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡିଥାଏ।

*ଯେଉଁ ଫର୍ନିଚର୍‌ର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହି ଫର୍ନିଚର୍‌କୁ ଘରେ ପକାଇବା ଶୁଭ ହୋଇଥାଏ।

* ସେହିପରି ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁନଥିବ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ହୋଇଥିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

Get real time updates directly on you device, subscribe now.