fbpx

ଇଲେକ୍ଟ୍ରିକ ଯାନରେ ମିଳୁଥିବା ସବସିଡିକୁ ଦୁଇ ମାସ ବଢାଇଲେ ସରକାର, ଜାରି କଲେ ୭୭୮ କୋଟି ଟଙ୍କା

ନୂଆଦିଲ୍ଲୀ: ସରକାରଙ୍କ ଶିଳ୍ପ ମନ୍ତ୍ରାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି ଯେ, ଇଲେକ୍ଟ୍ରିକ ମୋବିଲିଟୀ ପ୍ରମୋଶନ ସ୍କିମ ୨୦୨୪କୁ ଦୁଇ ମାସ ପାଇଁ ବଢାଯାଇଛି । ସରକାରଙ୍କ ଇଲେକ୍ଟ୍ରିକ ଯାନ ଉପରେ ଏହି ଯୋଜନାକୁ ୩୦ ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ବଢାଯାଇଛି ।

ସରକାର ଏହି ଯୋଜନାକୁ ଆଣିବା ପାଇଁ ମାର୍ଚ୍ଚ ୨୦୨୪ରେ ଘୋଷଣା କରିଥିଲେ । ଏହି ଯୋଜନାକୁ ୧ ଏପ୍ରିଲ ୩୧ ଜୁଲାଇ ପାଇଁ ଲାଗୁ କରିଥିଲେ । ଏହି ଯୋଜନା ପାଇଁ ସରକାର ୫୦୦ କୋଟି ଟଙ୍କା ଜାରି କରିଥିଲେ । ବର୍ତ୍ତମାନ ସରକାର ଏହି ଇଲେକ୍ଟ୍ରୋନିକ ଯାନରେ ସବସିଡି ପାଇଁ ୭୭୮ କୋଟି ଟଙ୍କା ଜାରି କରିଛନ୍ତି ।

ସରକାରଙ୍କ କହିବାନୁଯାୟୀ, ଏହି ନୂଆ ଯୋଜନାର ଉଦ୍ଦେଶ୍ୟ ଦେଶରେ ଅଫୋର୍ଡେବଲ ଏବଂ ଇକୋ-ଫ୍ରେଣ୍ଡଲି ପବ୍ଲିକ ଟ୍ରାନ୍ସପୋର୍ଟେସନ ଅପସନକୁ ପ୍ରୋତ୍ସାହିତ କରିବା । ଏହି ଯୋଜନା ପ୍ରାଇଭେଟ ଏବଂ କମର୍ସିୟାଲ ଯାନ ପାଇଁ ଇଲେକ୍ଟ୍ରିକ ଟୁ-ହ୍ୱିଲର୍ସ ପାଇଁ ଅଣାଯାଇଛି । ଏହା ବ୍ୟତୀତ ଏହି ଯୋଜନା ଅନୁଯାୟୀ, ସେହି ୩ ଚକିଆ ଯାନରେ ସବସିଡି ଦିଆଯିବ, ଯାହାର ରେଜିଷ୍ଟ୍ରେସନ କମର୍ସିୟାଲ ହ୍ୱିକଲ୍ସ ଆକାରରେ କରାଯାଇଛି ।

ଏହି ଯୋଜନାର ଲାଭ ୫,୬୦,୭୮୯ ଯାନକୁ ଦିଆଯାଉଛି । ଏଥିରେ ୫,୦୦,୦୮୦ ଇଲେକ୍ଟ୍ରିକ ଟୁ-ହ୍ୱିଲର ଏବଂ ୪୭,୧୧୯ ଇଲେକ୍ଟ୍ରିକ ଥ୍ରୀ-ହ୍ୱିଲର ସାମିଲ ଅଛି । ଏହାକୁ ପରେ ୧୩,୫୯୦ ଇ-ରିକ୍ସା ଏବଂ ଇ-କାର୍ଟସ ମଧ୍ୟ ସାମିଲ କରାଯାଇଛି ।

 

Get real time updates directly on you device, subscribe now.