fbpx

ଶ୍ରାବଣ ମାସରେ ଏହି ଦିନରେ କରନ୍ତୁ ରୁଦ୍ରାଭିଷେକ, ଆପଣଙ୍କ ପାଇଁ ହେବ ଅତ୍ୟନ୍ତ ଶୁଭଦାୟକ  

ଭୋଳା ବାବାଙ୍କ ପ୍ରିୟ ମାସ ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଛି  । ଅଗଷ୍ଟ ୧୯ ପର୍ଯ୍ୟନ୍ତ ଶ୍ରାବଣ ମାସ ରହିଥିବାରୁ ପୁରା ମାସ ସାରା ଭୋଳାବାବାଙ୍କ ଭକ୍ତିରେ ଲାଗିଥାନ୍ତି ଶିବ ଭକ୍ତ  । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଅନେକ ଲୋକ ଉପବାସ ପାଳନ କରିବା ସହ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି । ଏହାସହିତ ଲୋକମାନେ ଏହି ମାସରେ ମାନସିକ ପୂରଣ ଲାଗି ରୁଦ୍ରାଭିଷେକ କରିଥାନ୍ତି  ।

 

ଶ୍ରାବଣ ମାସରେ ରୁଦ୍ରାଭିଷେକ କରିଲେ ଅନେକ ପୁଣ୍ୟ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ସୋମବାରରେ ଶିବଙ୍କ ରୁଦ୍ରାଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ  । ୨୨ ଜୁଲାଇରେ ପ୍ରଥମ ସୋମବାର ପଡିଥିବାବେଳେ ଦ୍ୱିତୀୟ ସୋମବାର ୨୯ ଜୁଲାଇ, ତୃତୀୟ ସୋମବାର ୫ ଅଗଷ୍ଟ, ଚତୁର୍ଥ ସୋମବାର ୧୨ ଅଗଷ୍ଟଓ ପଞ୍ଚମ ସୋମବାର ୧୯ ଅଗଷ୍ଟରେ ପଡୁଛି  । ଏହାବ୍ୟତୀତ ଅଗଷ୍ଟ ୨ରେ ଶ୍ରାବଣ ଶିବରାତ୍ରୀ ପଡିବା ସହ ୯ଅଗଷ୍ଟରେ ନାଗ ପଞ୍ଚମୀ ଥିବାରୁ ଏହିଦିନରେ ରୁଦ୍ରାଭିଷେକ କରିଲେ ଅତ୍ୟନ୍ତ ଶୁଭଦାୟକ ହେବ  ।

 

ଅନ୍ୟପଟେ ମାତ୍ର ବୋଲ୍‌ବମ୍‌ ଯାତ୍ରା କରୁଥିବା ଭକ୍ତମାନଙ୍କ ବହୁତ ଗୁଡ଼ାଏ ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଯାତ୍ରା କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ତାହାଲେ ଆସନ୍ତୁ ସେ ସବୁ ନିୟମ ବିଷୟରେ ଜାଣିବା…

 

୧. ମନେ ରଖନ୍ତୁ ଯାତ୍ରା ସମୟରେ ନିଜର ଜଳ ପାତ୍ରକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଭଗବାନ ଶିବଙ୍କୁ ଜଳ ଅର୍ପଣ ନ କରିବା ପର୍ଯ୍ୟନ୍ତ ଯାତ୍ରା ସମୟରେ ସାଥିରେ ନେଉଥିବା ବାହୁଙ୍ଗାକୁ ତଳେ ରଖନ୍ତୁ ନାହିଁ।

 

୨. କାଉଡ଼ିଆମାନେ ନଦୀରୁ ପାଣି ନେଇ ଯାତ୍ରା କରନ୍ତି। ଯଦି ଆପଣଙ୍କ ପାତ୍ରଟି ମାଟିର, ତେବେ ଧ୍ୟାନ ଦେବେ ଯେମିତି ତାହା ଫାଟି ନଥିବ। ତେଣୁ କିଣିଲା ବେଳୁ ହିଁ ତାକୁ ପରୀକ୍ଷା କରି ନେଇଥିବେ।

 

୩. ଜଳ ନେଉଥିବା ପାତ୍ରକୁ ରେଶମ ସୂତାରେ ବାନ୍ଧନ୍ତୁ ଏବଂ ଯେଉଁ ବାଉଁଶକୁ ବାହୁଙ୍ଗା କରୁଛନ୍ତି, ତାହାକୁ ଭଲ ଭାବରେ ପରିଷ୍କାର କରନ୍ତୁ। ଏପରି କରିବା ଦ୍ୱାରା ବାହୁଙ୍ଗା ଦୋଷମୁକ୍ତ ହୋଇଥାଏ ବୋଲି କୁହାଯାଏ।

 

୫. ଯାତ୍ରା ସମୟରେ ଭଗବାନ ଶିବଙ୍କ ନାମ ଜପନ୍ତୁ। ଏହି ଯାତ୍ରାକୁ ସୂର୍ଯ୍ୟୋଦୟର ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟାସ୍ତର ଦୁଇ ଘଣ୍ଟା ପରେ ଶେଷ କରନ୍ତୁ।

 

୭. ଯଦି କୌଣସି ବ୍ୟକ୍ତି ସନ୍ତାନ ସୁଖ, ମାନସିକ ପ୍ରସନ୍ନତା, ରୋଗ ନିବାରଣ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ କାଉଡି ଯାତ୍ରା ଉତ୍ତମ ବୋଲି ଶାସ୍ତ୍ରରେ ମତ ରହିଛି।

Get real time updates directly on you device, subscribe now.