fbpx

ୟୁରିକ୍ ଏସିଡ୍ କୁ କିପରି କରିବେ ନିୟନ୍ତ୍ରଣ ? ଆପଣାନ୍ତୁ ଏହି ଟିପ୍ସ, ଯନ୍ତ୍ରଣାରୁ ମିଳିବ ମୁକ୍ତି

ଆଜିକାଲି ସାଧାରଣତଃ ସମସ୍ତଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦେଖାଯାଉଛି । ଖରାପ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ୟୁରିକ୍ ଏସିଡ୍ ଲେବଲ ବଢିବାକୁ ଲାଗିଥାଏ । ଏହି କାରଣରୁ ଶରୀରର ଯନ୍ତ୍ରଣା, ଆର୍ଥ୍ରାଇଟିସ୍, କିଡନୀ ରୋଗ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏହା ବ୍ୟତୀତ ଆମେ ଏପରି ଅନେକ ପ୍ରକାରର ଖାଦ୍ୟ ଖାଇଥାଉ, ଯାହା ଆମେ ଶରୀରରେ ୟୁରିକ୍‌ ଏସିଡ୍‌ ଜମା କରିବାକୁ ଲାଗିଥାଏ ।

 

ତାହେଲେ ଆସନ୍ତୁ ଜାଣିବା ଯେ ୟୁରିକ୍ ଏସିଡ୍ କିପରି ନିୟନ୍ତ୍ରଣ ହେବ । ଯାହାଫଳରେ ଆପଣ ଏହି ଯନ୍ତ୍ରଣାରେ ମୁକ୍ତି ପାଇବେ ।

 

ୟୁରିକ୍ ଏସିଡ୍ କିପରି ନିୟନ୍ତ୍ରଣ କରିବେ :

ତେବେ ଅନେକ ପ୍ରକାରର ଖାଦ୍ୟ ପଦାର୍ଥରେ ପ୍ୟୁରିନ୍ ନାମକ ଏକ ଯୌଗିକ ମିଳିଥାଏ । ଯେତେବେଳେ ଆପଣ ଖାଦ୍ୟ ଖାଆନ୍ତି, ପ୍ୟୁରିନ୍ ଶରୀରରେ ମଇଳା ଭାବେ ଜମା ହେବାକୁ ଆରମ୍ଭ କରେ । ପ୍ୟୁରିନର ଅଧିକାଂଶ ଅଂଶ ବ୍ଲଡରେ ଏବଂ କିଡନୀରେ ଜମା ହୋଇଯାଏ । ଯୁରିନ୍‌ରେ ବାହାରି ଯାଇଥାଏ । ତେବେ ପ୍ରତିଦିନ ତୁଳସୀ ପତ୍ର ଖାଇବା ମଧ୍ୟ ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏପରି ଭାବେ ଶରୀରରେ ଜମା ହୋଇଥିବା ପ୍ୟୁରିନ୍ ବାହାରିବାକୁ ଆରମ୍ଭ କରେ । ଯଦି ଆପଣଙ୍କ ବ୍ଲଡରେ ୟୁରିକ୍ ଏସିଡ୍ ବଢିବାକୁ ଆରମ୍ଭ କରେ, ତେବେ ଆପଣ ପ୍ରତିଦିନ ୪ ରୁ ୫ଟି ତୁଳସୀ ପତ୍ର ଚୋବାଇ ଖାଇବା ଉଚିତ୍ ।

 

ୟୁରିକ୍ ଏସିଡ୍‌ରେ ଅମୃତଭଣ୍ଡା ଖାଇବା ଉଚିତ୍‌ :

ଯଦି ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ବଢିବାକୁ ଲିଗିଛି, ତେବେ ପ୍ରତିଦିନ ଅମୃତଭଣ୍ଡା ଖାଇବା ଉଚିତ୍ । ଅମୃତଭଣ୍ଡାରେ ପେପାଇନ୍ ନାମକ ଏକ ପ୍ରୋଟୋଲାଇଟିକ୍ ଏନଜାଇମ୍ ଥାଏ । ଏହା ଶରୀରରେ ପ୍ରୋଟିନ୍ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ଲଡରେ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

 

କଖାରୁ ଖାଇବା ୟୁରିକ୍‌ ଏସିଡ୍‌ ସମସ୍ୟାରେ ଭଲ ହୋଇଥାଏ :

ଯଦି ଆପଣ ଏକ ୟୁରିକ୍ ଏସିଡ୍ ରୋଗୀ ତେବେ କଖାରୁ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ୟୁରିକ୍ ଏସିଡ୍ ବୃଦ୍ଧି ହେତୁ ଶରୀରରେ ପ୍ୟୁରିନ୍ ଜମା ହେବା ଆରମ୍ଭ କରେ । କଖାରୁରେ ପ୍ୟୁରିନର ପରିମାଣ ବହୁତ କମ୍ ଯାହା ୟୁରିକ୍ ଏସିଡ୍ ରୋଗୀଙ୍କ ପାଇଁ ବହୁତ ଭଲ ହୋଇପାରେ । ଏଥି ସହିତ, ଏଥିରେ ଭିଟାମିନ୍ C, ବିଟା-କାରୋଟିନ୍ ଏବଂ ଲ୍ୟୁଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ମିଳିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଥିବା ଅକ୍ସିଡେଟିଭ୍ ଶରୀରରେ ଯନ୍ତ୍ରଣା, ଫୁଲା ଏବଂ ୟୁରିକ୍ ଏସିଡ୍ ଉତ୍ପାଦନକୁ କମ୍‌ କରିପାରେ ।

 

ୟୁରିକ୍ ଏସିଡ୍ ରୋଗୀ କ’ଣ ଖାଇବା ଏଡାଇବା ଉଚିତ୍ :

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସାଧାରଣତଃ ଲୋକମାନେ ଚିନ୍ତା କରନ୍ତି, ଯେ ୟୁରିକ୍ ଏସିଡ୍ ବଢୁଥିଲେ, ପ୍ରୋଟିନ୍ ଖାଇବା ଉଚିତ୍ ନୁହେଁ । କିନ୍ତୁ ଏହା ଏକ ଭୁଲ ଧାରଣା । ହାଇ ୟୁରିକ୍ ଏସିଡ୍ ସମସ୍ୟାରେ, ପ୍ୟୁରିନ୍ ଥିବା ଜିନିଷ ଖାଇବା ଉଚିତ ନୁହେଁ, ଯାହା ଏକ ଆମିନୋ ଏସିଡ୍ ହୋଇଥାଏ । ଏଥିମଧ୍ୟରେ ବିୟର, ଭୋଡକା, ଭିସ୍କି, ମାଂସ ଭଳି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ, ଯେତେବେଳେ ୟୁରିକ୍ ଏସିଡ୍ ବଢିବାକୁ ଲାଗିବ, ସେତେବେଳେ ଆଇସକ୍ରିମ୍, ଚିପ୍ସ, ପ୍ୟାକେଟ୍ ଖାଦ୍ୟ, ପ୍ୟାକେଜ୍ ହୋଇଥିବା ଫଳ ରସ ଭଳି ଜିନିଷକୁ ମଧ୍ୟ ଏଡାଇବା ଉଚିତ୍ ।

 

ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ରଖିବା ପାଇଁ କଣ କରିବା ଉଚିତ୍ :

ୟୁରିକ୍‌ ଏସିଡ୍‌ ରୋଗୀମାନେ ପ୍ରତିଦିନ ଅତି କମରେ ୨.୫ ରୁ ୩ ଲିଟର ପାଣି ପିଇବା ଜରୁରୀ । ଏହା ସହ ପ୍ରତିଦିନ ଅତି କମରେ ଅଧ ଘଣ୍ଟା ଏକ୍ସରସାଇଜ୍‌ କରିବା ଉଚିତ । ଏହା ବ୍ୟତୀତ ମିଠା ଜିନିଷ ଖାଇବା ବନ୍ଦ କରନ୍ତୁ, ଏହା ୟୁରିକ୍ ଏସିଡ୍ ସମସ୍ୟାକୁ ରୋକିବ । ତେବେ ଏକ ହେଲଦି ଲାଇଫ୍‌ଷ୍ଟାଇଲ୍‌ ପାଇଁ ଆପଣଙ୍କର ଖାଦ୍ୟକୁ ସଠିକ୍‌ ସମୟରେ ଖାଇବା ଉଚିତ । ଯାହାଫଳରେ ଆପଣଙ୍କ ଶରୀରରେ ୟୁରିକ୍‌ ଏସିଡ୍‌ ନିୟନ୍ତ୍ରଣରେ ରହିବ ଏବଂ ଆପଣ ସୁସ୍ଥ ରହିବେ ।

Get real time updates directly on you device, subscribe now.