fbpx

ଦିଲ୍ଲୀରେ ଫ୍ଲାଟ୍ କିଣିଲେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଆର୍ଯ୍ୟନ ?

ମୁମ୍ବାଇ: ପୁଣି ଚର୍ଚ୍ଚାରେ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ଦିଲ୍ଲୀର ପଶ୍ ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍ କିିଣିଛନ୍ତି ଆର୍ଯ୍ୟନ । ସେ କେତେ ସମ୍ପତ୍ତିର ମାଲିକ ଯେ ଫ୍ଲାଟ୍ କିଣିବା ପାଇଁ ଯୋଗ୍ୟ ହେଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଡିଆ ରିପୋର୍ଟରୁ ପ୍ରକାଶ ସାଉଥ୍ ଦିଲ୍ଲୀ ସ୍ଥିତ ପଞ୍ଚଶୀଲ୍ ପାର୍କ ନିକଟରେ ଆର୍ଯ୍ୟନ ଖାନ୍ ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ୍ କିଣିଛନ୍ତି । ଏହି ଦୁଇଟି ଫ୍ଲାଟର ମୂଲ୍ୟ ପ୍ରାୟ ୩୭ କୋଟି ଟଙ୍କା । କହିରଖୁଛୁ ଚଳିତ ବର୍ଷ ମେ’ ମାସରେ ଏହି ଡିଲ୍ ସମ୍ପୂର୍ଣ୍ଣ ହୋଇଥିଲା । ସବୁଠାରୁ ବିଶେଷ କଥା ହେଉଛି ଆର୍ଯ୍ୟନ ଯେଉଁ ବିଲ୍ଡିଂରେ ୨ଟି ଫ୍ଲାଟ୍ କିଣିଛନ୍ତି ପୂର୍ବରୁ ସେହି ବିଲ୍ଡିଂର ଗ୍ରାଉଣ୍ଡ୍ ଫ୍ଲାଟରେ ଗୌରୀ ଏବଂ ଶାହରୁଖ ଖାନ୍ ରହୁଥିଲେ । କହିରଖୁଛୁ ମେ’ ମାସରେ ଉଭୟ ଫ୍ଲାଟ୍ ପାଇଁ ଷ୍ଟାମ୍ପ ଡ୍ୟୁଟି ଭାବରେ ୨.୬୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ଗୌରୀ ଖାନ୍ ଏହି ଦୁଇଟି ଫ୍ଲାଟକୁ ଡିଜାଇନ୍ କରିପାରନ୍ତି ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଅମିତାଭ ବଚ୍ଚନ ସାଉଥ୍ ଦିଲ୍ଲୀର ପଶ୍ ଅଞ୍ଚଳରେ ଥିବା ଗୁଲମୋହର ପାର୍କରେ ଥିବା ନିଜ ବାସଭବନକୁ ୨୩ କୋଟି ଟଙ୍କାରେ ବିକ୍ରି କରିଥିଲେ ।

କ’ଣ କରନ୍ତି ଆର୍ଯ୍ୟନ ଖାନ୍ ଏବଂ ତାଙ୍କ ନେଟ୍‌ୱର୍ଥ କେତେ ?

ଶାହରୁଖ ଖାନ୍ ଏବଂ ଗୌରୀ ଖାନଙ୍କ ବଡ଼ ପୁଅ ଆର୍ଯ୍ୟନ ଖାନ୍ ୟୁନିଭର୍ସିଟି ଅଫ୍ ସାଉଥ୍ କାଲିଫର୍ନିୟାରୁ ନିଜ ପାଠପଢ଼ା ଶେଷ କରିଛନ୍ତି । ମୁମ୍ବାଇ ଫେରିବା ପରେ ସେ ଅନେକ ଫିଲ୍ମରେ ଡବିଂ କରିଥିଲେ । ଏହା ବ୍ୟତୀତ ସେ ଶିଶୁ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୨୨ରେ ସେ ଲଗ୍‌ଜରୀ ଫ୍ୟାଶନ୍ ବ୍ରାଣ୍ଡ୍ D’yavol ଲଞ୍ଚ୍ କରିଥିଲେ । ତାଙ୍କ ସାଙ୍ଗ ଏବଂ ବିଜନେସ୍ ପାର୍ଟନରLeti Blagorva ଏବଂ ତାଙ୍କ ଝିଅ ସହ ମିଶି ଏହି ବ୍ରାଣ୍ଡ୍ ଲଞ୍ଚ୍ କରିଥିଲେ । ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ହେଉଛନ୍ତି ଶାହରୁଖ ଖାନ୍ । ଏହି କମ୍ପାନୀ ବହୁତ ମହଙ୍ଗା ପୋଷାକ ତିଆରି କରିଥାଏ । ନିକଟରେ ଆର୍ଯ୍ୟନ ତାଙ୍କ ଓଟିଟି ଡେବ୍ୟୁ ପ୍ରୋଜେକ୍ଟ ଶେଷ କରିଛନ୍ତି । ତାଙ୍କ ପାଖରେ ମୋଟ୍ ୮୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।

Get real time updates directly on you device, subscribe now.