fbpx

ହାଓଡ଼ା-ମୁମ୍ବାଇ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ, ୬ ଜଣ ଆହତ

ରାଞ୍ଚି: ଝାଡ଼ଖଣ୍ଡ ଚକ୍ରଧରପୁରରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ । ହାଓଡ଼ା-ମୁମ୍ବାଇ ମେଲ୍ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଏକ୍ସପ୍ରେସ୍ ଟ୍ରେନର ୩ଟି କୋଚ୍ ଲାଇନଚ୍ୟୁତ୍ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅପରପକ୍ଷରେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

ସୂଚନାରୁ ପ୍ରକାଶ ଆଜି ଭୋର ୩ଟା ୪୫ ମିନିଟ ପାଖାପାଖି ଝାଡ଼ଖଣ୍ଡ ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଥିଲା । ସେଠାରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା ଏକ୍ସପ୍ରେସ୍ ଟ୍ରେନ୍ । ରାଉରକେଲା, ଝାରସୁଗୁଡ଼ା, ଟାଟାନଗର ଓ ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ରାଉରକେଲା ପାଇଁ ୦୬୬୧- ୨୫୦୦୧୯୧/୨୫୦୦୧୭୧/ ୨୫୦୦୨୪୪/୨୫୦୧୦୭୨ । ଝାରସୁଗୁଡ଼ା ପାଇଁ ହେଲ୍ପଲାଇନ୍ ନମ୍ବର ହେଲା ୦୬୬୪୫-୨୭୨୫୩୦ । ଚକ୍ରଧରପୁର ହେଲ୍ପଲାଇନ୍ ନମ୍ବର ୭୨୭୭୦/୦୬୫୮୭-୨୩୮୦୭୨ । ଟାଟାନଗର ପାଇଁ ୦୬୫୭-୨୨୯୦୩୨୪ । ରେଳବାଇ ହେଲ୍ପଲାଇନ୍ ନମ୍ବର ୭୩୫୨୩ ।

Get real time updates directly on you device, subscribe now.