fbpx

ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା, ଅବଶିଷ୍ଟ ଗାଁକୁ ରାସ୍ତା ସଂଯୋଗ କାମ ଚାଲୁଛି; ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା । ରାଜ୍ୟରେ ମୋଟ ୫୯,୯୭୧ ଗାଁ ଥିବା ବେଳେ ସେଥିରୁ ୫୧,୬୭୧ ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମଞ୍ଜୁର ହୋଇଥିବା ଅସଂଯୋଜିତ ୧୨୨୬ଟି ଗାଁ ମଧ୍ୟରୁ ୧୨୨୬ ଗାଁକୁ ପିଚୁ ବା ପକ୍କା ରାସ୍ତା ଦ୍ଵାରା ରାସ୍ତା ସଂଯୋଗ ହୋଇଛି ।

ଅବଶିଷ୍ଟ ୩ଟି ଗାଁକୁ ରାସ୍ତା ସଂଯୋଗ କାମ ଚାଲୁଛି । ଏହି ଗାଁ ଗୁଡ଼ିକର ନିର୍ମାଣ କାର‌୍ୟ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କରିବାର ଲକ୍ଷ୍ୟ ରହିଛି । ଅବଶିଷ୍ଟ ଗାଁକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପର୍ଯ୍ୟାୟ କ୍ରମେ ବିଭିନ୍ନ ଯୋଜନାରେ ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମାପ୍ତ କରାଯିବାର ଲକ୍ଷ୍ୟ ରଖାଯାଇଅଛି ।

ଅବଶିଷ୍ଟ ଜନବସତିକୁ ରାଜ୍ୟ/ କେନ୍ଦ୍ରସରକାରଙ୍କ ନିୟମ ଅନୁଯାୟୀ ପର‌୍ୟ୍ୟାୟକ୍ରମେ ବିଭିନ୍ନ ଯୋଜନାରେ ସଂଯୋଗୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତତ୍ ସହିତ ସରକାରଙ୍କ ଯୋଜନା ମାଧ୍ୟମରେ କ୍ରମବଦ୍ଧିଷ୍ଣୁ ଯାନବାହାନର ଚଳାଚଳକୁ ଦୃଷ୍ଟିରେ ରଖ୍ ପ୍ରଶସ୍ତିକରଣ କରାଯାଉଥିବା ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.